କୋରାନା ପରେ ପୁଣି ଦେଶରେ ଚିନ୍ତା ବଢ଼ାଇଲାଣି ଚୀନ ଭାଇରସ | ବେଙ୍ଗାଲୁରୁରେ ୨ ଶିଶୁ HMPV ରୋଗରେ ଚିହ୍ନଟ ହୋଇଛନ୍ତି | ଏହାପରେ ଏବେ ଭାରତରେ ଆଲର୍ଟ ଜାରି ହୋଇଛି, ଯଦିଓ ସ୍ୱାସ୍ଥ୍ୟମନ୍ତ୍ରାଳୟ ସତକର୍ତା ଜାରି କରିଛି | ହେଲେ ଓଡିଶା ସରକାରଙ୍କ ନିଦ ଭାଙ୍ଗି ନାହିଁ |
ଏହା ମଧ୍ୟରେ ଏହି ଭାଇରସକୁ ନେଇ ଦିଲ୍ଲୀ , ମହାରାଷ୍ଟ୍ର ଓ ତେଲେଙ୍ଗାନା ଭଳି ରାଜ୍ୟ ତାଙ୍କର ଆଡ଼ଭାଇଜାରୀ ବା ପରାମର୍ଶ ଘୋଷଣା କରି ସାରିଲେଣି |
ଏହି ଭାଇରସ ନେଇ ଚୀନ କୌଣସି ସ୍ପଷ୍ଟ ଚିତ୍ର ୱାଡେଉଁ ନାହିଁ | କୋଭିଡି ବେଳେ ଯେପରି ଅଧା ଚିତ୍ର ଦେଖାଉଥିବା ଚୀନ ଏବେ ବି ସେହି ନୀତିରେ ରହିଛି |
ଆଜି ତାମିଲନାଡୁର ବେଙ୍ଗାଲୁରୁରେ ଦୁଇଟି ଶିଶୁ ଙ୍କ ଦେହରେ ଏପରି ଭାଇରସ ଚିହ୍ନଟ କରାଯାଇଛି | ଏବେ HMPV ଭାଇରସ ଛୋଟ ପିଲାଙ୍କ ଠାରେ ଦେଖାଯିବାର ଚର୍ଚ୍ଚା ଉଠୁଛି |
ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ , ତାମିଲନାଡୁ , ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରାୟ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |