ସୋମବାରଠୁ ସାତକୋଶିଆରେ କୁମ୍ଭୀର ଗଣନା | ଯାହା ଜାନୁଆରୀ ୮ ଯାଏଁ ଚାଲିବ | ଏହି ସମୟରେ ସମସ୍ତ ମସ୍ୟଜୀବିଙ୍କୁ ଡଙ୍ଗାରେ ମାଛ ଧରିବାକୁ ବାରଣ କରାଯାଇଛି |
ପ୍ରତିବର୍ଷ ଶୀତ ଋତୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ କୁମ୍ଭୀର ମାନଙ୍କୁ ଦେଖିବା ସହ ଘୋଷରା ଦାଗକୁ ଲକ୍ଷ୍ୟ କରି କୁମ୍ଭୀର ଗଣନା କରାଯାଇଥାଏ | ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ଓ କ୍ୟାମେରା ଦ୍ଵାରା ଛୋଟ ଡଙ୍ଗା ସାହାଯ୍ୟରେ ନଦୀମଧ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ କରିବେ |
କୁମ୍ଭୀରମାନେ ବାଲିପଠାରେ ସକାଳେ ଶୋଇରହିଥିବାରୁ ୬ ଟା ରୁ ଦିନ ୧୨ ଟା ମଧ୍ୟରେ ଗଣନା କାର୍ଯ୍ୟ ସହଜ ହୋଇଥାଏ ବୋଲି ବନବିଭାଗ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି |