ଅଙ୍ଗଦାନ କଲେ ପ୍ରବାସୀ ଶ୍ରମିକ ଶରତ ଶରତ ହାଇଦ୍ରାବାଦ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ତାଙ୍କ ସହ ଘଟିଥିଲା ଅଘଟଣ ସେଥିରେ ସେ ବ୍ରେନ ହାମରେଜ ହୋଇ ହାଇଦ୍ରାବାଦ ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ନିଜର ହାର୍ଟ କିଡ଼ନୀ ଭଳି ମୂଲ୍ୟବାନ ଅଙ୍ଗକୁ ପ୍ରଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ପ୍ରେରଣା ଦେଇଛନ୍ତି ସୂଚନା ମୁତାବକ ରାଜକନିକା ବ୍ଲକ କାଟଣାବଣିଆ ପଞ୍ଚାୟତ ପାତ୍ରପୁର ଗାଁ ରେ ଶରତ ଚନ୍ଦ୍ର ବିଶ୍ୱାଳ ଦୀର୍ଘ ଦିନ ହେବ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ଏମିତି ପରିସ୍ଥିତି ହୋଇଥିବା ଶେଷରେ ସରତଙ୍କ ପରିବାର ଓ ମେଡ଼ିକାଲରେ କତୃପକ୍ଷ ଙ୍କ ସହମତିରେ ଶରତ ତାଙ୍କର ଅଙ୍ଗଦାନ କରି ରାଜକନିକାରେ ସୁନାମ ଅର୍ଜନ କରିଥିବା ବେଳେ ଗତକାଲି ସରତଙ୍କ ମରଶରୀରକୁ ହାଇଦ୍ରାବାଦ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦେଇ ତାଙ୍କ ମରଶରୀରକୁ ଶେଷକୃତ ପାଇଁ ଓଡିଶା ପଠାଇଛନ୍ତି ଆଜି ବିଳମ୍ବିତ ରାତିରେ ତାଙ୍କ ମରଶରୀର ପହଂଚିବାର ଥିବା ବେଳେ ଆସନ୍ତା କାଲି ତାଙ୍କ ମରଶରୀର କୁ ପଞ୍ଚାୟତ ଭ୍ରମଣ କରି ଶେଷକୃତ ସମ୍ପନ କରାଯିବ ବୋଲି କହିଛନ୍ତି |