ଭୂମୀ ହିନଙ୍କୁ ବାସଗୃହ ଯୋଗାଇ ଦେବାକୁ ସରକାରଙ୍କର ଏକାଧିକ ମହତ କାଙ୍ଖୀ ଯୋଜନା । ହେଲେ ଏସବୁ ଯୋଜନା ଆଜି କେନ୍ଦୁଝର ଗଡ଼ ପୌରାଞ୍ଚଳର ଅସହାୟ ନିରୀହ ଗରୀବ ଲୋକଙ୍କଠାରୁ ଅନତି ଦୂରରେ।ଫଳରେ ଲୋକେ ଏବେ ଆପଣେଇ ନେଇଛନ୍ତି ମୋ ପଲିଥିନ ଆବାସ।
ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ହଜାର ହଜାର ଲୋକଙ୍କ ମୁଣ୍ଡ ଉପରେ ଆଜି ବି ଛାତ ଖଣ୍ଡେ ନାହିଁ । ଫଳରେ ସେମାନେ ବାଧ୍ୟ ହୋଇ ଚିରାଫଟା ପାଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ବାସ୍ତବରେ କହିବାକୁ ଗଲେ,ଏଠି ମାଟି ତଳେ ରତ୍ନର ଭଣ୍ଡାର ମାଟି ଉପରେ ଆବାସ ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳେ | ଏମିତି କିଛି ଦୟନୀୟ ଚିତ୍ର ଦେଖିବାକୁ ହେଲେ ଆମକୁ ଯିବାକୁ ହେବ କେନ୍ଦୁଝରଗଡ଼ ପୌରପାଳିକାର ୧ ନମ୍ବର ୱାର୍ଡ ର ସୁଲେଇଖମାର ସାହୀକୁ ।କେନ୍ଦୁଝରଗଡ଼ ପୌରପାଳିକାର କିଛି ଦାୟିତ୍ଵହୀନ ଅଧିକାରୀ ଙ୍କ ପାଇଁ ବର୍ଷ ବର୍ଷ ଧରି ଯମ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ ହେଉଛନ୍ତି ଏଠାକାର ବାସିନ୍ଦା ।ଏହି ସାହି ର କିଛି ଲୋକ ଙ୍କୁ ଆମେ ଉଦାହରଣ ଭାବେ ନେବା | ଏ ହେଉଛନ୍ତି ସୁଲେଇଖମାର ଗାଁ ର ବିଧବା ମହିଳା ରୁବି ମୁଣ୍ଡା , ସ୍ୱାମୀ ପରିତ୍ୟକ୍ତା ରବି ନାଏକ , କାର୍ତ୍ତୀକ ମୁଣ୍ଡା , ବୁଧ ଓ ତାଙ୍କ ସ୍ତ୍ରୀ ଗୋଲାପି ମୁଣ୍ଡା।ଦର୍ଶକବନ୍ଧୁ, ଟିକେ ଭଲକରି ଏମାନଙ୍କ ଘର ଗୁଡିକୁ ଦେଖନ୍ତୁ। କେଉଁ ଘରର କାନ୍ଥ ନାହିଁ କେବଳ ପଲିଥିନ ରେ ଘେରା, ହେଲେ କବାଟ ନାହିଁ ତ ଆଉ କାହାର ସଂପୂର୍ଣ୍ଣ ତିନି ପଟ ଖୋଲା ମେଲା। ଗୋଟେ ପଟ କେବଳ ଟିଣ ରେ ଛେକା ହୋଇଛି ତ ପୁଣି କାହାର ଝାଟି ମାଟିରେ ମାତ୍ର ୪ ଫୁଟ ଉଚ୍ଚତାର କାନ୍ଥ ଅଛି। ଚାଳ ପର୍ଯ୍ୟନ୍ତ ପୁରା ଖୋଲା ମେଲା I ସ୍ଥିତି ଏପରିଯେ, ବୁଧ ମୁଣ୍ଡା ଙ୍କ ଘର ଭିତରକୁ ଯିବାକୁ ହେଲେ ନଇଁ ନଇଁ ଅଣ୍ଟା ଭାଙ୍ଗି ଯିବାକୁ ପଡ଼େ। ଆଉ ତାଙ୍କୁ ଘର ସଂପର୍କ ରେ ପଚାରିଲେ, ବାଷ୍ପ ରୁଦ୍ଧ ହୋଇଯାଏ ତାଙ୍କ କଣ୍ଠ ।ଖାଲି ଆଖିରୁ ଝରି ଆସେ ଧାର ଧାର ଲୁହ।କାରଣ ସେ ଆଜି ବି ବୟସର ଅପରାହ୍ନରେ ଆଉ ଏତେ ବର୍ଷ ଭିତରେ ସେ ଭଲ ଭାବରେ ବୁଝି ଯାଇଛନ୍ତି ଯେ ତାଙ୍କ ଭଳି ଗରୀବ ମଳି ମୁଣ୍ଡିଆ ଆଦିବାସୀ ଙ୍କ ଦୁଃଖ ଓ ଗୁହାରୀ ଶୁଣିବାକୁ ଏଇ ସମାଜରେ କେହି ନାହାନ୍ତି | ଆପଣ ଥରେ,ଭଲକରି ଚିନ୍ତା କଲେ ଏ ପ୍ରଚଣ୍ଡ ହାଡ ଭଙ୍ଗା ଶୀତ କାକର ତା ସାଙ୍ଗକୁ ମଝିରେ ମଝିରେ ଲଘୁ ଚାପ ବର୍ଷା ରେ ଏମାନେ ଏଠି କେମିତି ରହୁଥିବେ ? ଆହୁରୀ ମଧ୍ୟ ଏ ହେଉଛି ହାତୀ ପ୍ରବଣ ଅଞ୍ଚଳ | ପ୍ରବଳ ବର୍ଷା ହେଲେ କିମ୍ବା ହାତୀ ଆସିଲେ ସେମାନେ ଅନ୍ୟ ପିଣ୍ଡା ରେ ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି I
ଚିରା ଫଟା ପଲିଥିନ୍ ରେ ରହୁଥିବା ବ୍ୟକ୍ତି , ଘର ସଂପର୍କ ରେ ପଚାରିଲେ ତାଙ୍କର କଣ୍ଠ ବାଷ୍ପ ରୁଦ୍ଧ ହୋଇଯାଉଛି ଖାଲି ଆଖିରୁ ଝରି ଆସୁଛି ଧାର ଧାର ଲୁହ
ସୁଲେଇଖମାର ସାହି ଲୋକ ଙ୍କର ଏପରି ଅତି ଦୟନିୟ ଓ ଦୁଃଖଦ ଜୀବନ ଶୈଳୀ କୁ ନେଇ ଆମେ ଭେଟିଥିଲୁ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଓ ତାଙ୍କୁ ଅଞ୍ଚଳକୁ ଯାଇ ସ୍ଥିତି ପରଖିବାକୁ ମଧ୍ୟ ଅନୁରୋଧ କରିଥିଲୁ। ହେଲେ ବାବୁଙ୍କ ଉତ୍ତର ଥିଲା କିଛି ଅଲଗା।ସରକାରୀ ଆଇନ କାନୁନ ର ଗଳାବାଟ ଦେଇ ଖସି ଯିବାକୁ ଚେଷ୍ଟା କରିଥିଲେ। ସେପଟେ ଅଧିକାରୀଙ୍କ ଉତ୍ତରକୁ ନେଇ ଜିଲ୍ଲାର ବୁଦ୍ଧିଜିବୀ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯିଏ ଉସା ସର୍ଭେ କରିଥିଲେ ଓ ଯେଉଁମାନେ ଯାଞ୍ଚ କରିଥିଲେ ସେମାନଙ୍କ ତୁଟି ଯୋଗୁଁ ଲୋକେ ଘର ଖଣ୍ଡେ ପାଇ ପାରିଲେ ନାହିଁ।ତେଣୁ ସେମାନଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନକୁ ସେମାନେ ଦାବୀ କରିଛନ୍ତି |