ଭୁବନେଶ୍ୱରରେ ପହଞ୍ଚିଲା ଡବଲ ଡେକର ବସ | ବସରେ ଦେଖିଅକୁ ମିଳୁଛି ଓଡ଼ିଶାର କଳା ଓ ସଂସ୍କୃତିର ଝଲକ | ଏହି ବସରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଯାତ୍ରା କରିବେ|
ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ ଟି ବସ ଆସିବାକୁ ଥିବା ବେଳେ ୨ ଟି ବସ ଓଡିଶା ଆସିଛି | ବସର ଆଗ ଭାଗରେ ବଡ କୋଣାର୍କ ଚକ୍ର ରହିଛି | ଏହା ସହ ଧଉଳି ବସାନ୍ତି ସ୍ତୁପ, ଓଡ଼ିଶାର କଳା ସଂସ୍କୃତି ଓ ଓଡ଼ିଶାର ନୃତ୍ୟ ରହିଛି |ସେହିପରି ବାଲିଯାତ୍ରା ପଡିଆ ଗେଟ ଫଟୋ ଏହି ବସରେ ରହିଛି | ପ୍ରତିଦିନ ପ୍ରାୟ ୨.୭୫ ଲକ୍ଷ ଲୋକେ ମୋ ବସରେ ଯାତ୍ରା କରୁଛନ୍ତି | ଆସନ୍ତା ୬ ତାରିଖରେ ବସକୁ ଉଦଘଟାନ କରିବାର କାର୍ଯ୍ୟକ୍ରମ ରହିଛି |