ପିପିଲିର ପୁର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସ୍ମୁତୀରେ ସ୍ମରଣିକା “ ଅମର ପ୍ରଦୀପ ” ପତ୍ରିକା ଅତିଥୀମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ପିପିଲି ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଆୟୋଜିତ ଏହି ସଭାରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଧର୍ମପତ୍ନୀ ଡଃ ପ୍ରତିଭା ମହାରଥୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ବିନାୟକ ରଥ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୃଷି ଓ ବୈଷୟିକ ବିଭାଗ ର ଡିନ୍ ଡଃ ପି.ଏନ ଜଗଦେବ ଯୋଗ ଦେଇଥିଲେ। ଏଥସହ ସମ୍ମାନିତ ଅତିଥୀଭାବେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଶକୁନ୍ତଳା ବଳିଆରସିଂହ, କିଟ୍ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଚିତ ରଞ୍ଜନ ମିଶ୍ର, ପିପିଲି ର ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଝିଅ ପଲ୍ଲବୀ ମହାରଥୀ ,ବ୍ରହ୍ମକୁମାରୀ ଭଉଣୀ ଉର୍ମିଳା ଯୋଗଦେଇ ସ୍ୱର୍ଗତ ମହାରଥୀଙ୍କ ଦିର୍ଘଦିନ ଧରି ରାଜନୈତିକ କାର୍ଯ୍ୟ ଦକ୍ଷତା ଓ ଲୋକପ୍ରିୟତାକୁ ଭୁୟସି ପ୍ରଶଂସା କରିଥିଲେ । ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ସ୍ୱର୍ଗତ ମହାରଥୀଙ୍କ ଅନୁଗାମୀ ଭାବେ ବେଶ ଜଣାସୁଣା ଏବଂ ସହଜପୁର ପଂଚାୟତର ପୁର୍ବତନ ସରପଂଚ କୃଷ୍ଠଚନ୍ଦ୍ର ବସ୍ତିଆଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ମରଣିକା “ଅମର ପ୍ରଦୀପ” ପୁସ୍ତକ ଟି ଉନ୍ମୋଚନ ହୋଇଥିଲା । ଶେଷ ରେ ପୁର୍ବତନ ଜିଲ୍ଲାପରିଷଦ ରାଧାମଣି ପ୍ରଧାନଙ୍କୁ ପ୍ରଦୀପ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅଂଚଳର ୧୦ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱନୀ ନନ୍ଦ,ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ,ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା,ଜିଲ୍ଲାପରିଷଦ ଧରଣୀଧର ସାହୁ ,ଦେବାଶିଷ ନନ୍ଦଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।