ପଶ୍ଚିମବଙ୍ଗ ଦାନ୍ତୁଣ ପୋଲିସର ଦବଙ୍ଗିରି। ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଗାଡି ଆସୁଥିଲା ବେଳେ ଓଡିଶା ପଶ୍ଚିମବଙ୍ଗ ସୀମା ଦୁଇ କିଲ ମିଟର ଓଡିଶା ଭିତରକୁ ପଶି ଆସି ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଆଳୁ ଟ୍ରକକୁ ଫେରଇ ନେଉଥିବା ବେଳେ ସୀମାରେ ଉତ୍ତେଜନା। ଜଳେଶ୍ୱର ପୋଲିସ ପହଂଚି ଆଳୁ ଟ୍ରକକୁ ନିଜ ହେପାଜତକୁ ନେଇଥିଲା ବେଳେ ଆଳୁ ଗାଡି ଛାଡି ଫେରି ଗଲେ ପଶ୍ଚିମବଙ୍ଗ ପୋଲିସ । ହେଲ୍ପରକୁ ଅଟକ ରଖିଲେ ବେଙ୍ଗଲ ପୋଲିସ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି। ଆଳୁ ଗାଡିକୁ ଓଡିଶାକୁ କିଭଳି ପଶି ନ ପାରିବ ସେଥିପାଇଁ ସୀମାରେ ପଶ୍ଚିମବଙ୍ଗ ପୋଲିସ ନାକା ପଏଣ୍ଟ କରି ଚେକିଂ ଜୋର ଦାର କରୁଛି। ଅନେକ ସମୟରେ ଆଳୁ ଟ୍ରକ ଡ୍ରାଇଭର ସ୍ଥାନୀୟ ଦଲାଲକୁ ମୋଟା ଅଙ୍କରେ ଲାଞ୍ଚ ଦେଇ ବିଳମ୍ବିତ ରାତିରେ ଓଡିଶା ମଧ୍ୟକୁ ପ୍ରବେଶ କରୁଛନ୍ତି। ଆଜି ରାତି ୯ଟା ସମୟରେ OD. 01V. 9170 ବିଶିଷ୍ଟ ଏକ ଟ୍ରକ ଆଳୁ ବୋଝେଇ କରି ପଶ୍ଚିମବଙ୍ଗ ସୀମା ଡେଇଁ ଓଡିଶାର ଦୁଇ କିଲୋମିଟର ଭିତରକୁ ଲକ୍ଷ୍ମଣନାଥ ଟୋଲପ୍ଲାଜା ପାଖକୁ ପଶି ଆସିଥିଲା ବେଳେ ପଶ୍ଚିମବଙ୍ଗ ଦ!ନ୍ତୁଣ ପୋଲିସ ପିଛା କରି ଆସି ଟ୍ରକକୁ ଫେରେଇ ନେବାକୁ ଉଦ୍ୟମ କରିଥିଲା ବେଳେ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହିତ ପୋଲିସକୁ ଅଟକ ରଖିଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଂଚି ଆଳୁ ବୋଝେଇ ଟ୍ରକକୁ ନିଜ ହେପାଜତକୁ ନେଇଥିଲା ବେଳେ ପଶ୍ଚିମବଙ୍ଗ ପୋଲିସ ଫେରି ଯାଇଥିଲେ। ତେବେ ଟ୍ରକ ହେଲ୍ପରକୁ ପଶ୍ଚିମବଙ୍ଗ ପୋଲିସ ଅଟକ ରଖିଥିଲା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।