ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତର ଆମ୍ବେଦକର ସ୍ମୃତି ପରିଷଦ ତରଫରୁ ଜଟାଧାରୀ ବେଳାଭୂମି ଠାରେ ବାବା ସାହେବ ଆମ୍ବେଦକର ଙ୍କ ପ୍ରତି ସଂସଦ ରେ ଅପମାନ ଜନକ ମନ୍ତବ୍ୟ ଉପରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ।ଗୃହ ମନ୍ତ୍ରୀ ତୁରନ୍ତ ଭାରତ ବର୍ଷ ର ଜନସାଧାରଣ ଙ୍କ ନିକଟ ରେ କ୍ଷମା ପ୍ରାର୍ଥନା ଦାବି କରାଯାଇଛି ଏବଂ ରାଷ୍ଟ୍ରପତି ଙ୍କୁ ମଧ୍ୟ ଚିଠି ଲେଖା ଯାଇଛି।
ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିପୁନି କୁମାର ଦାସ ଉକ୍ତ ଘଟଣା କୁ ଦୃଢ଼ ନିନ୍ଦା କରିବା ସହିତ ବାବା ସାହେବ ହେଉଛନ୍ତି ଦଳିତ ଶୋଷିତ ଆଦିବାସୀ, ପଛୁଆବର୍ଗ, ମହିଳା ସାମାଜ ର ମୁକ୍ତିଦାତା ଏବଂ ଭଗବାନ । ସାଧାରଣ ସମ୍ପାଦକ ତଥା ଯୁବ ସମାଜସେବୀ ବବୁଲୁ ମଲ୍ଲିକ ଦାବି କରିଛନ୍ତି କି ତାଙ୍କ ଅବଦାନ ଭାରତ ବର୍ଷ ପାଇଁ ଅତୁଳନୀୟ ବାବା ସାହେବ ଙ୍କୁ ଭାରତୀୟ ଟଙ୍କା ରେ ସ୍ଥାନ ଦିଆଯାଉ ଏବଂ ନୂଆ ସଂସଦ ଭବନ ରେ ପ୍ରତିମୃତି କରାଯାଉ , ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ତାଙ୍କ ଫୋଟ ଚିତ୍ର ମରା ଯାଉ। ଏହି କାର୍ଯକ୍ରମରେ ଉପସ୍ଥାପିତ ଥିଲେ ଉପସଭାପତି ଫିରୋଜ ବେଉରା, କାର୍ୟକାରୀ ସଭାପତି ରଞନ ଦାସ, ଟମିଲ ଜେନା, ଅମିଲ ମଲ୍ଲିକ, ଧନେଶ୍ଵର ଦଳାଇ, ନରେନ୍ଦ୍ର ସ୍ୱାଇଁ, ସୌମ୍ୟରଞ୍ଜନ ବେହେରା, ବିକ୍ରମ ପ୍ରଧାନ।