ଚାନ୍ଦବାଲି ଏନଏସି ଅନ୍ତର୍ଗତ ବିନତରା ବିକେଜିପି ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟସାଇ ସଂଗଠନ ପକ୍ଷରୁ ହୃଦରୋଗ ଜନିତ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ସହ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ସତ୍ୟସାଇ ସେବା ସଂଗଠନର ଭଦ୍ରକ ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ହୃଦଘାତ ଜନିତ ରୋଗର ପ୍ରାଥମିକ ଚିକିତ୍ସା ସହ ପୂର୍ବରୁ ପୁଟପର୍ତ୍ତୀ ଓ ବାଙ୍ଗାଲୋରରେ ଅସ୍ତ୍ରପଚାର ହୋଇଥିବା ରୋଗୀଙ୍କର ମଧ୍ୟ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଚିକିତ୍ସା କରା ଯାଇଥିଲା l ସେହିପରି ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଏହି ଶିବିରରେ ମୋଟ 42 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନ ପରିଚାଳନା କରିଥିବା ବେଳେ ସମସ୍ତ ସାଇ ସେବା ସଂଗଠନ ଭାଇ ଭଉଣୀ ମାଣନେ ଯୋଗଦେଇଥିଲେ l