ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଅଲୋଟିଲା ଟୁରିଷ୍ଟ ଯାତ୍ରୀବାହୀ ବସ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଉଥିବା ବେଳେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ନିକଟସ୍ଥ ସୁକୁନାଳ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବସଟି ଓଲୋଟିଛି । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ ହୋଇଥିବା ଜଣା ପଡ଼ିଛି । କଟକ ଠାରୁ ବାହାରି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ବର ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ଗୁପ୍ତେଶ୍ବର ପାଖ ଥିବା ଏକ ଘାଟି ରାସ୍ତାରେ ବସ ଦୁର୍ଘଟଣା ଘଟିଛି । ବସରେ ଛଟ ବଡ଼ ମିଶି ୫୦ ଜଣରୁ ଉର୍ଦ୍ଧ୍ବ ଯାତ୍ରୀ ବସିଥିବା ବେଳେ ୩ ଜଣ ମୃତ ହୋଇଥିବାର ଜଣା ପଡ଼ିଛି । ଭର ସକାଳ ୪ ଟାରୁ ବୈପାରିଗୁଡ଼ା ଠାରୁ ଗୁପ୍ତେଶ୍ୱର ଦର୍ଶନ ପାଇଁ ବାହାରିଥିଲେ । ତେବେ ଭର ୫ଟା ସମୟରେ ଗୁପ୍ତେଶ୍ୱର ନିକଟସ୍ଥ ଶୁକନାଳ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ବୈପାରିଗୁଡ଼ା ପୋଲିସ ଓ ରାମଗିରି ବିଏସଏଫ ଯୋବାନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଛନ୍ତି । ତେବେ ବସ ଭିତରେ ଚାପି ହୋଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରୀ ରହିଛି । ଅଧିକ ଗୁରୁତ୍ଵ ଥିବା ବ୍ୟକ୍ତି ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।