ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଉଛନ୍ତି ଆପ୍-କଂଗ୍ରେସ
ଆସନ୍ତାବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ନିର୍ବାଚନ। ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନଥିବା ବେଳେ ଏବେ ଦିଲ୍ଲୀ ରାଜନୀତି ଉଠୁଛି ପଡୁଛି। କାରଣ ଇଣ୍ଡିଆ ମେଣ୍ଟରେ ଦେଖିବାକୁ ମିଳିଛି ଫାଟ। କଂଗ୍ରେସଠାରୁ ଦୂରତା ରଖିବା ଆରମ୍ଭ କରିଛି ଆପ। ଲୋକସଭା ନିର୍ବାଚନ ଫଳାଫଳ ବାହାରିବା ପରଠାରୁ ଆପ ଧିରେ ଧିରେ କଂଗ୍ରେସ ଠାରୁ ଦୂରେଇ ଯାଉଛି। ଏପରିକି ଦିଲ୍ଲୀ ନିର୍ବାଚନରେ ଏକାକୀ ଲଢିବା ପାଇଁ ଘୋଷଣା କରିଛି। ତେବେ କାହିଁକି ନିଜ ଦଳରୁ କଂଗ୍ରେସକୁ ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ।
୨୦୧୩ରେ ଆପ ସହ କଂଗ୍ରେସ ମେଣ୍ଟ ସରକାର ଦିଲ୍ଲୀରେ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆପ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ କଂଗ୍ରେସ ତାଙ୍କ ପାଇଁ ବୋଝ ଭଳି ହୋଇ ଯାଇଛି । ଏକାକି ସରକାର ଗଠନ କରିଥିବା ଆପ ଏବେ ମେଣ୍ଟ କରିବା କଥା ମନା କରିବା ପରେ କଂଗ୍ରେସ ନେତାମାନେ ଲଗାତାର ଆପକୁ ଟାର୍ଗେଟ କରୁଛନ୍ତି । ସରକାରଙ୍କୁ କଟାକ୍ଷ କରୁଥିବାବେଳେ ଆପ ଏହାକୁ ବିରୋଧ କରୁଛି ।
ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଉଛନ୍ତି ଆପ୍-କଂଗ୍ରେସ । ଇଣ୍ଡି ମେଣ୍ଟ ଏକାଠି ହୋଇ ଦିଲ୍ଲୀରେ ବିଜେପି ବିରୋଧରେ ଲଢିବେ କ’ଣ ଏମାନଙ୍କ ପରସ୍ପର ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି। କଥା ଏପର୍ଯ୍ୟନ୍ତ ବଢିଲାଣି ଯେ, ଏବେ ଇଣ୍ଡି ମେଣ୍ଟରୁ କଂଗ୍ରେସକୁ ବିଦା କରିବାକୁ ଚାହୁଁଛି ଆପ୍ । ଏନେଇ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶି ମରଲେନ୍ ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିବା ଇଣ୍ଡି ବ୍ଲକ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ଗୋଟିଏ ପଟେ କଂଗ୍ରେସଠାରୁ ଇଣ୍ଡି ବ୍ଲକ୍ର ନେତୃତ୍ୱ ଛଡାଇ ନେଇ ମମତା ବାନାର୍ଜୀଙ୍କୁ ଦେବାକୁ ଦାବି ହେଉଛି, ଆଉ ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଏହି ମେଣ୍ଟରୁ ସବୁଠାରୁ ପୁରୁଣା ଦଳକୁ ଆଉଟ୍ କରିବାକୁ ଦାବି କରୁଛି। ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ। ଏମିତି କିଛି ଚେତାବନୀ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ଏଥିସହିତ ଏନେଇ ପ୍ରେସମିଟ କରି ମଧ୍ୟ ଆନୁଷ୍ଠାନିକ ଭାବେ କଂଗ୍ରେସକୁ ଖୋଲା ଚ୍ୟାଲେଞ୍ଜ କରିବେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି କହିଛନ୍ତି, କଂଗ୍ରେସ ବୟାନ ଏବଂ ତାର କାର୍ଯ୍ୟକଳାପରେ ଆପ୍ ନେତା ଅସନ୍ତୋଷ ଅଛନ୍ତି । ଏଥିସହିତ ସେ ଏହା ବି ଅଭିଯୋଗ କରିଛନ୍ତି, କଂଗ୍ରେସ ଏବେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିକୁ ସହଯୋଗ କରୁଛି ।ତେବେ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢ଼ିବ ବୋଲି ଘୋଷଣା କରିସାରିଛି । ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ତରଫରୁ ଲଗାତର କରାଯାଉଥିବା ବୟାନବାଜୀକୁ ନେଇ ଆପ୍ ନେତା ଅସନ୍ତୋଷ ଅଛନ୍ତି । ଦିନକୁ ପୂର୍ବରୁ ହିଁ ଦିଲ୍ଲୀ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାକୁ ନେଇ ମଧ୍ୟ ଆପ୍ ନେତାମାନେ ରାଗି ଯାଇଛନ୍ତି।