ଆପଣ ମାନେ ଜାଣିଥିବେ ଶୀତ ଆସିବା ମାତ୍ରେ ଲୋକମାନେ ବହୁତ ଅଳସୁଆ ହୋଇଯାନ୍ତି | ଯାହା ଫଳରେ ଶରୀରରେ କୋଲେଷ୍ଟ୍ରୋଲ ବୃଦ୍ଧି ହେବାର ଆଶଙ୍କା ଥାଏ | ଏଥିପାଇଁ ଆପଣଙ୍କ ଖାଦ୍ୟରେ ଧଳା ରାଶି ସାମିଲ କରନ୍ତୁ |
ଧଳା ରାଶି ମଞ୍ଜି କେବଳ ଶୀତ ଦିନରେ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ ନାହିଁ ବରଂ ଖରାପ କୋଲେଷ୍ଟ୍ରୋଲ ହ୍ରାସ କରିବାରବ ଏବଂ ଭଲ କୋଲେଷ୍ଟ୍ରୋଲ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ |
ଧଳା ରାଶି ମଞ୍ଜିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ | ଏଥି ପାଇଁ ଏହାକୁ ସୁପରଫୁଡ କୁହାଯାଏ | ଧଳା ରାଶି ମଞ୍ଜିରେ ପ୍ରୋଟିନ, ଓ଼ମେଗା-୩ ଫ୍ୟାଟି ଏସିଡ , କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ | ଯାହା କୋଲେଷ୍ଟ୍ରୋଲକୁ ହ୍ରାସ କରିଥାଏ ଏବଂ ହାର୍ଟକୁ ସୁସ୍ଥ ରାଝିବାରେ ସାହାଯ୍ୟ କରିଥାଏ | ତେବେ ଧଳା ରାଶି ମଞ୍ଜି ଖାଇବା ଦ୍ୱାରା ସ୍କିନ ଏବଂ କେଶ ମଧ୍ୟ ଭଲ ରହିଥାଏ |
ଏହାକୁ ଖାଇବା ଦ୍ୱାର କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ | ଓ ହଜମ ଶକ୍ତି ସମସ୍ୟା ଦୂର ରୁହେ |