ଯୋଦ୍ଧା କେବେ ମୃତ୍ୟୁକୁ ଡରେନା,ଭୀରୁ ବାରମ୍ବାର ମରେ । ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ପ୍ରଣବ ପ୍ରକାଶ କହିଛନ୍ତି ବିଜେଡି ପ୍ରତିଷ୍ଠା ଦିନ ଠାରୁ ଏହା ସାଧାରଣ ଲୋକଙ୍କ ପାଇଁ ସେବା କରି ଆସୁଛି। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସାଧାରଣ ଭୋଟର ଆଜି ଅନୁତାପ ନିଆଁରେ ଜଳୁଛି । ବିଜେପିର ମିଛ ପ୍ରତିଶ୍ରୁତିରେ ଜନତା ପ୍ରତାରିତ ହେଉଛି।
ଯାଜପୁରରେ ଆଜି ଯେଉଁ ବିକାଶ ହୋଇଛି ତାହା ନବୀନଙ୍କ ପାଇଁ ସମ୍ଭବ ହୋଇଛି। ତେଣୁ ନବୀନଙ୍କ ପାଇଁ ଜେଲ୍ କଣ ଜୀବନ ଦେବାକୁ ପ୍ରସ୍ତୁତ ଅଛି। ଲୋକେ ଆମକୁ ଶାସନ ଡୋରି ଦେଇଥିଲେ ଏବେ ବିରୋଧୀ ଆସନରେ ବସେଇଛନ୍ତି। ଏଥିରେ କିଛି ଦୁଃଖ ନାହିଁ। ଆମେ ଲୋକଙ୍କ ସ୍ୱର ସାଜିବା ବୋଲି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।
ଏଥି ସହିତ ଦଳ ବଦଳକାରୀଙ୍କ ଉପରେ ବର୍ଷିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଦଳ ବଦଳକାରୀ ଦଲାଲ ସହ ସମାନ। କର୍ମୀ କେବେ ଦଳ ବଦଳ କରେନି କିନ୍ତୁ ଦଲାଲ ନିଜ ସ୍ବାର୍ଥ ଦେଖେ। ଯୋଦ୍ଧା କେବେ ମୃତ୍ୟୁକୁ ଡରେନା,ଭୀରୁ ବାରମ୍ବାର ମରେ। ମାଆ ବିରଜା ପାଇଁ ଭବ ପ୍ରସାଦ ଜେଲ ଗଲେ, ଯାଜପୁରର ବିକାଶ ଓ ମା’ବିରଜା ପାଇଁ ଆମେ ସବୁ କିଛି କରିପାରିବୁ। ଯିଏ ଅସ୍ତିତ୍ବ ପାଇଁ ଲଢ଼ିନି ତାର ଅସ୍ତିତ୍ବ ରହିବ ନାହିଁ।
ବିରଜା କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି ।