ବର୍ଷେ ବଢିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। କାର୍ଯ୍ୟକାଳ ବୃଦ୍ଧି ନେଇ କ୍ୟାବିନେଟ କମିଟିର ଅନୁମୋଦନ ମିଳିଛି। ଆସନ୍ତା ଡିସେମ୍ବର 31ରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା। ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ରହିଛନ୍ତି ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାରଙ୍କ ନିର୍ବାଚନ ସମୟରେ କରୁଥିବା ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାରେ ମନୋଜଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ମନୋଜ ଆହୁଜାଙ୍କ ଉପରେ ସରକାରଙ୍କ ଭରସା ଥିବାରୁ ପୁଣି ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।