ବିଦ୍ୟୁତ ଆଘାତରେ ଚାଷୀମୃତ୍ୟୁ ଘଟଣା । ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ଚାଲିଗଲା ଯୁବ ଚାଷୀଙ୍କ ଜୀବନ । ଯୁବଚାଷୀ ଜଣକ ହେଉଛନ୍ତି ଚାନ୍ଦବାଲି ଏନ ଏ ସି ନରସିଂହପୁର ଗ୍ରାମର ପ୍ରମୋଦ ଦାସ । ବିଲରେ ଧାନ ଗଦା କରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ଛିଡି ତାଙ୍କ ଉପରେ ପଡ଼ିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଏକର ଚାଷ ଜମିର ଧାନ ସମ୍ପୂର୍ଣ୍ଣ ପୋଡି ଯାଇଛି । କ୍ଷତିପୂରଣ ଦାବି କରି ବିଦ୍ୟୁତ ବିଭାଗ ଅଫିସ ଆଗରେ ମୃତ ଚାଷୀଙ୍କ ଶବ ରଖି ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ ଜାରି ରଖିଛନ୍ତି । ଚାନ୍ଦବାଲି ବସଷ୍ଟାଣ୍ଡ ନିକଟ ରାସ୍ତା ଉପରେ ଶବ ରଖି ଆନ୍ଦୋଳନ କରୁଥିବାରୁ ଗାଡି ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।