ପିପିଲି ରେ ବିଜୁ ଜନତା ଦଳ ପକ୍ଷରୁ ପାଳନ ହୋଇଛି ଦଳର ୨୮ତମ ପ୍ରତିଷ୍ଠା ଦିବସ। ଏନେଇ ଦଳୀୟ କାର୍ଯ୍ୟାଳୟ ପିପିଲି ଠାରେ ଆୟୋଜନ ହୋଇଥିଲା ଏକ ସଭାକାର୍ଯ୍ୟ।ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଦଳର ଶତାଧିକ ଛାମୁଆ ନେତା ଓ କର୍ମୀ। ବର୍ତ୍ତମାନ୍ ବିଜେପି ସରକାର ରୁ ଜନସାଧାରଣଙ୍କ ଭରସା ତୁଟି ଯାଇଥିବା ବେଳେ ଗତ ନିର୍ବାଚନରେ ଇଭିଏମ୍ ଜାଲିଆତି କଥା କହି ବିଜେପି କୁ ସମାଲୋଚନା କରିଥିଲେ ରୁଦ୍ର।ଆଗକୁ ନିର୍ବାଚନ ମଣ୍ଡଳୀ ରେ ଦଳକୁ କିଭଳି ଅଧିକ ମଜବୁତ୍ କରାଯିବ ସେନେଇ ଆଲୋଚନା କରାଯାଇଥିଲା।