ଆଉ କିଛି ଦିନର ଅପେକ୍ଷା, ସାରା ବିଶ୍ୱ ପାଳିବ ନବ ବର୍ଷ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ହେବ। ଭୋଜି ଭାତ, ଗୀତ ନାଚର ଆସର ଖୁବ୍ ଜମିବ । କିନ୍ତୁ ଏହି ସମୟରେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ଅଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ। ଜିରୋ ନାଇଟର ଲୋଭ ଦେଖାଇ ଚୋରା ମଦ ବିକ୍ରି କରିପାରିବେ ନାହିଁ କେହି। ଚୋରା ମଦ ବିକ୍ରି କଲେ ସରକାର କୋଠର କାର୍ଯ୍ୟାନୁଷ୍ଠାନ ନେବେ। ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।