ଡିସେମ୍ବର ୨୮ ରୁ ହେବ ନାହିଁ ଶ୍ରୀମନ୍ଦିରରେ ଧାଡି ଦର୍ଶନ | ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ | ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁୟାରୀ ୨୦ ଯାଏ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହିବ |
ସେଥି ପାଇଁ ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି | ଜାନୁୟାରୀ ୨୦ ରୁ ୨୨ ଭିତରେ ଧାଡି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି | ଏପରିକି ବୟସ୍କ ଓ ଛୋଟ ପିଲାମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି | ତେବେ କିଭଳି ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେନେଇ ବ୍ୟାରିକେଡ଼ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରସାଶନ |