କାଲିଠୁ ପୁଣି ବର୍ଷା | ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି | ଆସନ୍ତାକାଲି ବରଗଡ଼, ବଲାଙ୍ଗୀର ,ନୂଆପଡା ,ଝାରସୁଗୁଡା ,ସମ୍ବଲପୁର ଓ ସୋନପୁରରେ ମାଧ୍ୟମ ଧରଣର ବର୍ଷା ହୋଇପାରେ |
ସେହିପରି ୨୯ ତାରିଖ ଦିନ ଝାରସୁଗୁଡା, ସୁନ୍ଦରଗଡ ,କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ଡିରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି |
କେତକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିବାର ସମ୍ଭାବନା ରହିବ ବେଳେ ନୂଆବର୍ଷ ପାଳନ ପାଇଁ ପାଗ ଅନୁକୂଳ ରହିବ | ଅନ୍ୟପଟେ ଜାନୁଆରୀ ୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଵ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି |