ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଗତକାଲି ସଂଧ୍ୟାରେ ସ୍ଥାନୀୟ ସହିଦ ଭବନ ପରିସରରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ 24 ତମ ନିମାପଡା ମହୋତ୍ସବ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି I ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସିନେ ତାରକା ଅନୁଭବ ମହାନ୍ତି ମାନ୍ୟବର ସାଂସଦ ବିଭୁ ପ୍ରସାଦ ତାରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସମୃଦ୍ଧି ପଥେ ନିମାପଡା ସ୍ମରଣିକା ଉନ୍ମୋଚନ ହୋଇଥିଲା l ଆଜି ହେଉଛି ଦ୍ୱିତୀୟ ସଂଧ୍ୟା
ଉଦ୍ଘାଟନୀ ସନ୍ଧ୍ୟାର ପ୍ରଥମ ଚରଣରେ ଓଡିଶୀ ନୃତ୍ୟ ଶୈଳୀରେ ନୃତ୍ୟାଳୟା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟାଭିନୟ ବେଶ ଚମତ୍କାର ଭାବେ ପରିବେଷଣ କରାଯାଇଥିଲା I ଦ୍ୱିତୀୟ ଚରଣରେ ନୃତ୍ୟାବ୍ରିତି କଲିକତାର କଳାକାର ମାନଙ୍କ ଦ୍ୱାରା ଫୁଜନ ଡାନ୍ସ ଓ ଭାରତ ନାଟ୍ୟମ ପରିବେଷଣ କରିଥିଲେ I ବର୍ଷା ଭିଜା ସନ୍ଧ୍ୟାରେରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇ ଥିଲେ ଦର୍ଶକ
ସ୍ଥାନୀୟ ସହିଦ ଭବନ ପରିସରରେ ଥିବା ମୁକ୍ତାକାଶ ରଙ୍ଗ ମଞ୍ଚରେ 24ତମ ନିମାପଡା ମହୋତ୍ସବରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ l ମହୋତ୍ସବ ମାଧ୍ୟ୍ୟମରେ ଓଡିଶାର ଐତିହ ସଂସ୍କୃତି ସାରା ବିଶ୍ୱକୁ ସନ୍ଦେଶ ଦେଉଥିବା କହିଛନ୍ତି ନିମନ୍ତ୍ରିତ ଅତିଥି l ଆୟୋଜକ ଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଧା I ନିମାପଡା ଭଳି ଛୋଟ ସହରରେ ଏଭଳି ଏକ ମହୋତ୍ସବ ଆୟୋଜିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଛି I