ଏବେ ଚର୍ଚ୍ଚାରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରୁତି ଶୁକ୍ଳା । ଏଥର କୌଣସି ଫିଲ୍ମ କିମ୍ୱା ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନୁହେଁ ବରଂ ଏକ ବହିକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜାଗ୍ରୁତି। ଜାଗ୍ରୁତି ଅନୁଭବଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି। ଅନୁଭବଙ୍କୁ ନେଇ ଜାଗ୍ରୁତି ଏକ ବହି ଲେଖିଛନ୍ତି । ଏହି ବହିର କଭର୍ ପେଜ୍କୁ ସେ ଇଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଯେଉଁଥିରେ ଅନୁଭବଙ୍କ ଫଟୋ ସହ ଅନ୍ ଅଫିସିଆଲ୍ ବାୟୋଗ୍ରାଫି ଅଫ୍ ଅନୁଭବ ମହାନ୍ତି, ବ୍ଲକବ୍ଲଷ୍ଟର୍ ଟୁ ବାଲାଟ୍ ବକ୍ସ’ ବୋଲି ଲେଖା ରହିଛି । ଯାହା ଖୁବ୍ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ ବୋଲି ଲେଖିଛନ୍ତି । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ସେ ଏହି ବହି ଲେଖିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଜନ୍ମଦିନ ଅବସରରେ ସେ ଏଇ ବହି ଲେଖିଥିବା କହିଛନ୍ତି। ଅନୁଭବଙ୍କ ଜୀବନୀ ଉପରେ ଆଧାରିତ ଏହି ବହିରେ ଅନୁଭବଙ୍କ ସୁପରହିଟ ବହି ଠୁ ଆରମ୍ଭ କରି ତାଙ୍କ ରାଜନୌତିକ କ୍ୟାରିୟର ସମ୍ପର୍କରେ ଉଲ୍ଲେଖ ହୋଇଛି।