ଖଡ଼ିଆଳ ବନବିଭାଗ ପକ୍ଷରୁ ଚଢ଼ାଉ କରି ଗତ ୨୩ ତାରିଖରେ ବଜ୍ରକାପ୍ତା କାତି /ଛାଲ ଜବତ ସହ ତିନି ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ। ଗିରଫ ଅଭିଯୁକ୍ତ ମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ସାଗୁନ ଭାଡ଼ି ଗ୍ରାମର ମାର୍କଣ୍ଡ ବାଗ(68), ସମସେର ପଦର ଗ୍ରାମର ଲାଲମୋହନ ତାଣ୍ଡି(59) ଓ ମହୁଲ କୋଟ ଗ୍ରାମର ବଳରାମ ଭୋଇ (56) ବୋଲି ଯଣା ପଡ଼ିଛି l ଏନେଇ ବନାଞ୍ଚଳ ଅଧିକାରୀ ଙ୍କ ଦ୍ଵାରା ଏକ କେଶ ରୁଜୁ କରାଯାଇଥିଲା l କେଶ ନମ୍ବର 312/2024 ହୋଇଥିବା ବେଲେ 9,39,44,48(A),49(B)ଏବଂ 51 ଧାରାରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ସୂଚନା ଅନୁଯାଇ ଛତିଶଗଡ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ସୋମବାର ରାତ୍ର ସାତ ଘଣ୍ଟା ସମୟରେ କିରିକିଟା ପଞ୍ଚାୟତର ଯୁନାପାଣି ଛକ ଠାରେ ବଜ୍ରକାପ୍ତାକୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ତିନି ଜଣଙ୍କୁ ଗିରଫ କରି ଖଡ଼ିଆଳ ବନଖଣ୍ଡ ଅଧିକାରୀ ସଫଳ ହୋଇଛି l ସେମାନଙ୍କ ଠାରୁ ଏକ କିଲୋଗ୍ରାମ ଆଠ ଶହ ଗ୍ରାମର ପ୍ରାୟ ୩୫୦ ଟି କାତି ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ପଚରା ଉଚୁରା ସହ ଆଜି ସିନ ରି କ୍ରିଏସନ୍ କରାଯିବା ସହିତ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ଆଜିଜ ଖାଁ କହିଛନ୍ତି l