ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବ୍ଲୁ ଫ୍ଲାଗ ବିଚ ସାଣ୍ଟାକ୍ଲସ୍ର ଏକ ବାଲୁକା କଳା ପ୍ରସ୍ତୁତ କରି ‘ୱାର୍ଲ୍ସ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆ’ରେ ନିଜ ନାଁ ସୃଷ୍ଟି କରିଛନ୍ତି। କ୍ୟାଣ୍ଡି ଚକୋଲେଟ୍ ଏବଂ ବାଲିରେ ପ୍ରସ୍ତୁତ ହୋଇଥିବା ବିଶ୍ଵର ସର୍ବବୃହତ ସାନ୍ତା ନିର୍ମାଣ କରି ସେ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସୁଦର୍ଶନ ଓ ତାଙ୍କର ଛାତ୍ରଛାତ୍ରୀ ୬ ଘଣ୍ଟାର ପରିଶ୍ରମରେ ଏହା ପ୍ରସ୍ତୁତ କରିଛନ୍ତି। ଏଥିରେ ୫୫୦ କିଲୋ ଚକ୍ଲେଟ ବ୍ୟବହୃତ ହୋଇଛି। ଏହାର ଲମ୍ବ ୧୬୦ ଫୁଟ୍ ଥିବା ବେଳେ ଓସାର ୧୦୦ ଫୁଟ ରହିଛି। ୧୬ ହଜାର ବର୍ଗ ଫୁଟ ଅଞ୍ଚଳରେ ଏହି ବାଲୁକା କଳା ପରିବ୍ୟାପ୍ତ।