ମଣ୍ଡିରେ ଆଣି ଧାନ ବସ୍ତା ରଖିଛି ଚାଷୀ, କିନ୍ତୁ ମିଲର୍ସ ଆସୁ ନଥିବାରୁ ଚାଷୀ ହତାଶ। ଗତକାଲି ଠାରୁ ଝିପି ଝିପି ବର୍ଷା ହେଉଛି। ତାର ପୋଲିଥିନ ଢାଙ୍କି ଚାଷୀ ବିକ୍ରି ଅପେକ୍ଷାରେ ରହିଛି। ଉପରେ ସିନା ବର୍ଷା ଭିଜୁ ନାହିଁ, ତଳେ କିନ୍ତୁ ଭିଜି ଯାଉଛି ।ଏ ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ପେକ୍ସ ତରଫରୁ ପଲସଦା ଠାରେ ଖୋଲା ଯାଇଥିବା ଧାନ ମଣ୍ଡି। ମାହେଶ୍ୱରୀ ଆଦିବାସୀ ମହିଳା ସୟଂ ସହାୟକ ଗୋଷ୍ଠୀ ବୁଢ଼ାପଡ଼ା ଏହି ମଣ୍ଡି ଦାୟିତ୍ୱରେ ରହିଛି।ପଲସଦା ଗ୍ରାମ ପଞ୍ଚାୟତର ଚାଷୀ ମାନେ ଏହି ମଣ୍ଡିରେ ଧାନ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଛି। ଗ୍ରାମ ପଞ୍ଚାୟତର ୩୦୨ ଜଣ ଚାଷୀ ପାଖାପାଖି ଏଗାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୭୮ ଜଣ ଚାଷୀଙ୍କ ୫୪୧୫ କ୍ଵିଣ୍ଟାଲ ଧାନ କିଣା ଯାଇଛି। ଏବେ ୯ଜଣ ଚାଷୀଙ୍କ ୬୯୮ବ୍ୟାଗ ଧାନ ପଡ଼ି ଥିବା ବେଳେ ଅଧିକାଂଶ ଚାଷୀ ଚାରି ପାଞ୍ଚ ଦିନ ହେଲାଣି ଧାନ ପକାଇଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଦିନେ ଦୁଇ ଦିନ ମଧ୍ୟରେ ଧାନ ବିକ୍ରି ନହେଲେ ଧାନ ଭିଜିବା ସହ ଅଧିକ କଟନି ଛଟନି ହେବାର ସମ୍ଭାବନା ରହିଛି। ଏଠାରେ ଏକ ପିଣ୍ଡି ରହିଥିଲେ ସାତ ଶହ ବ୍ୟାଗ ପର୍ଯ୍ୟନ୍ତ ରହି ପାରିବ। ଆଉ ଏକ ପିଣ୍ଡି ନିର୍ମାଣ ପାଇଁ ଚାଷୀ ମାନେ ଦାବି କରିଛନ୍ତି।