ଲୋକଙ୍କ ସହ ଭେଟି ଆଲୋଚନା କରିବାରେ ଆଗରେ ରାହୁଲ ଗାନ୍ଧୀ । ରିକ୍ସା ବାଲା ହୁଅନ୍ତୁ ଅବା ପରିବା ବାଲା ଲୋକଙ୍କ ଦୁଃଖ ବୁଝିବା ପାଇଁ ସର୍ବ ସାଧାରଣରେ ପହଁଚିଯାଆନ୍ତି । ନିକଟରେ ପରିବା ଦୋକାନରେ ପହଞ୍ଚି ରାହୁଲ ରସୁଣ କଥା ଉଠାଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ରାହୁଲ କହିଥିଲେ, ପୂର୍ବରୁ ରସୁଣ ୪୦ ଟଙ୍କାରେ ମିଳୁଥିଲା, ଏବେ ୪୦୦ ଟଙ୍କାରେ ପହଞ୍ଚିଲାଣି । ଏହି ବୟାନ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ତ ସଂସଦରେ ଶାସକ ଦଳର ସାଂସଦଙ୍କୁ ଠେଲିଦେବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏ କଥାକୁ ଖୋଦ ରାହୁଲ ଗାନ୍ଧି ବି ମାନିଥିଲେ । ଏହାକୁ ନେଇ ତୁମ୍ୱିତୋଫାନ ହୋଇଥିଲା । ଏବେ ପୁଣି ଥରେ ପରିବା ଦୋକାନରେ ପହଞ୍ଚି ଯେଉଁପରି ଭାବରେ ରସୁଣ କଥା କହିଲେ ତାହାକୁ ନେଇ ଚର୍ଚ୍ଚାରେ ରହିଛି । କାରଣ ରାହୁଲ କହିଥିଲେ, ପୂର୍ବରୁ ରସୁଣ ୪୦ ଟଙ୍କାରେ ମିଳୁଥିଲା, ଏବେ ୪୦୦ ଟଙ୍କାରେ ପହଞ୍ଚିଲାଣି ।
କେନ୍ଦ୍ରରେ ଏବେ ମୋଦି ସରକାର । ଲଗାତାର ତୃତୀୟଥର ଲାଗି କେନ୍ଦ୍ରରେ ମୋଦି ସରକାର ଶାସନ କରୁଛି । ପୂର୍ବ ଅପେକ୍ଷା ଏବେ ଦରଦାମ ବଢିବାରେ ଲାଗିଛି ସେଥିରେ କୌଣସି ଦ୍ବିମତ ନାହିଁ । ହେଲେ ରସୁଣ ୪୦ ଟଙ୍କାରୁ ହଠାତ୍ ୪୦୦ ଟଙ୍କା ପହଞ୍ଚିନାହିଁ ଏହା ସତ । ହେଲେ ରାହୁଲ କେଉଁ ପରିସ୍ଥିତିରେ ଏମିତି କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କୁହାଯାଇଛି କି, ଜଣେ ମହିଳା ରାହୁଲଙ୍କୁ ଚା ପାଇଁ ନିମନ୍ତ୍ରଣ ଦେଇଥିଲେ । ଆଉ ମହିଳାଙ୍କ ନିମନ୍ତ୍ରଣ ରକ୍ଷା କରି ରାହୁଲ ପହଞ୍ଚିଥିଲେ । କିନ୍ତୁ ଏହା ପୂର୍ବରୁ ପରିବା ଦୋକାନରେ ପହଞ୍ଚିଥିଲେ ରାହୁଲ । ପରିବା ଦୋକାନରେ କେତେ ରେଟ୍ ଅଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାହୁଲଙ୍କୁ ଯେଉଁ ମହିଳା ଜଣକ ନିମନ୍ତ୍ରଣ କରିଥିଲେ ସେ କହିଥିଲେ, ଏବେ ସବୁର ଦରଦାମ ବଢିବାରେ ଲାଗିଛି । କେବଳ ଦରମା ଯାହା ବଢୁନାହିଁ । ଏହା ଶୁଣିବା ପରେ ରାହୁଲ ସଙ୍ଗେ ସଙ୍ଗେ ସରକାରଙ୍କୁ ସମାଲୋଚନା କରିବା ସହ ସବୁ ଜାଣି ସରକାର ଚେଇଁ ଶୋଇଥିବା କହିଥିଲେ । ଏହି ଘଟଣାରେ କିଛି ଲୋକ ରାହୁଲଙ୍କ ସମର୍ଥନ କରିଥିବା ବେଳେ କିଛି ସମାଲୋଚନା ମଧ୍ୟ କରିଛନ୍ତି ।