ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହାଙ୍କ ବୟାନ କୁ ବିରୋଧ କରି ଆଜି ପିପିଲି ରେ ବିରୋଧ ପ୍ରଦର୍ଶନ। । ବିଭିନ୍ନ ସଂଗଠନ ପକ୍ଷରୁ ଅମିତ୍ ଶାହା ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜାତୀୟ ଦଳିତ ମାଇନୋରଟି ମହାସଂଘ , କଂଗ୍ରେସ ଓ ସିପିଆଇଏମଏଲ ର ଶତାଧିକ କର୍ମକର୍ତ୍ତା ମାନେ ଆଜି ପିପିଲି ହାଟ ଛକ ଠାରେ ଏକତ୍ରିତ ହୋଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ବିରୋଧରେ ନାରାବାଜି ଦେଇଥିଲେ । ସମ୍ବିଧାନ ପ୍ରଣେତା ଡଃ ଭିମରୋଓ ଆମ୍ବେଦକର ଙ୍କୁ ନେଇ ସଂସଦ ରେ ଅମିତ୍ ଶାହା ଙ୍କ ବିବାଦୀୟ ମନ୍ତବ୍ୟ କୁ ନେଇ ଘୋର ବିରୋଧ କରାଯାଇଥିଲା । ପରେ ଅମିତ୍ ଶାହାଙ୍କ କୁଶପୁତ୍ତଳିକାକୁ ପିପିଲି ହାଟଛକ ଠାରେ ଦାହ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଦଳିତ ମହାସଂଘ ର ରାଜ୍ୟ ସଭାପତି ବିଜୟ ସେଠୀ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଙ୍କ ସହ କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ଓ ସିପିଆଇଏମଏଲ ନେତା ଅଶୋକ ପ୍ରଧାନ ସାମିଲ ହୋଇଥିଲେ। ସଂସଦ ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ବୟାନରେ ସମ୍ବିଧାନ ପ୍ରଣେତା ଆମ୍ବେଦକର ଙ୍କୁ ଅପମାନ କରାଯାଇଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିବା ସହ ଗୃହମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।