ମେଧାବୀ ପୁଅ ଚିକିତ୍ସାରେ ଅର୍ଥ ଦେଉଛି ବାଧା । ଚିନ୍ତାରେ ପୁରା ପରିବାର। ମା ଛେଉଣ୍ଡ ପୁଅ ପାଇଁ ନେହୁରା ହେଲେ ବାପା ଓ ପିଉସୀ । ସହାୟତା ଅର୍ଥ ପାଇଁ ପରିବାରର ନିବେଦନ। ଆଉ କିଛି ଦିନ ପରେ ଦେଇଥାନ୍ତି ମ୍ୟାଟ୍ରିକ୍ ପରୀକ୍ଷା , କିନ୍ତୁ ପରୀକ୍ଷାରେ ବାଧା ସାଜିଲା ସ୍ଵାସ୍ଥ୍ୟ। ଅର୍ଥର ସହାୟତା ପାଇଁ ପରିବାର।
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଚଟୁଆ ଗ୍ରାମର ଶ୍ରୀନିବାସ ମିଶ୍ରଙ୍କ ପୁଅ ଶ୍ରୀୟମ୍ ମିଶ୍ର। ଅଞ୍ଚଳର ଜଣେ ମେଧାବୀ ଛାତ୍ର ରୂପେ ପରିଚିତ। ଶାରଳା ସରକାରୀ ଉଚ୍ଚ ବିଦ୍ୟାଳୟ ଅନ୍ଧାରୀ ରେ ଦଶମ ଶ୍ରେଣୀରେ ପଢୁଥିଲେ ଶ୍ରୀୟମ୍ । ଆଉ କିଛି ଦିନ ପରେ ସ୍କୁଲ ପାଠ ସାରି କଲେଜ୍ ଯାଇଥାନ୍ତେ । ମ୍ୟାଟ୍ରିକ୍ ପରୀକ୍ଷାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଶ୍ରୀୟମ୍ ଙ୍କ ଦେହ ଅସୁସ୍ଥ ହୁଏ । ପରେ ପୁଅକୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜାଣି ଭୁବନେଶ୍ୱର KIMS Hospital ରେ ଚିକିତ୍ସା ପାଇଁ ନେଇ ଆସନ୍ତି ପରିବାର।
ଜନ୍ମର ମାତ୍ର ୮ ମାସ ପରେ ନିଜ ମା’କୁ ହରାଇଥିଲେ ଶ୍ରୀୟମ୍ । ବାପା ଶ୍ରୀନିବାସ ମିଶ୍ର , ପିଉସୀ ମୁକ୍ତା ମଞ୍ଜରୀ ମିଶ୍ର ଓ ବଡ଼ ବାପା ରମେଶ ଚନ୍ଦ୍ର ମିଶ୍ରଙ୍କ ଅଲିଅଳି ରେ ବଢ଼ି ଚାଲିଥିଲେ ଶ୍ରିୟମ୍ । ଆଜି ଶ୍ରିୟମ୍ ଙ୍କ ଏପରି ପରିସ୍ଥିତିରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ଦୁଃଖ ଭରା କୋହ ଭରା କଣ୍ଠରେ ପୁତୁରା ର ଚିକିତ୍ସା ପାଇଁ ସରକାର ଓ ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି ପିଉସୀ ମୁକ୍ତା
ପିଉସୀ
ଶ୍ରୀୟମ ଙ୍କୁ ସାହାଯ୍ୟ ର ହାତ ବଢାଇ ଗୋଟିଏ ଜୀବନ ରକ୍ଷା କରିବାପାଇଁ ଆମର ମଧ୍ୟ ଆପଣ ମାନଙ୍କୁ ନିବେଦନ। ଶ୍ରୀୟମଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ପିଉସୀ ମୁକ୍ତା ମଞ୍ଜରୀ ଙ୍କ ନମ୍ବର 6371348384 ରେ କିମ୍ବା ଶୀତଲ୍ ମିଶ୍ର ନମ୍ବର 9348296033 ରେ ଫୋନ୍ ପେ କିମ୍ବା google pay ମାଧ୍ୟମରେ ପଠାଇବାକୁ ଅନୁରୋଧ।