ଲଘୁଚାପଜନିତ ଲଗାଣ ବର୍ଷା ଚାଷୀର ଚିନ୍ତା ବଢାଇଛି । ଅମଳ ହେବାକୁ ଥିବା ପାଚିଲା ଧାନ ଚାଷ ଜମି ରେ ପଡ଼ି ନଷ୍ଟ ହେଲାଣି ।ଗତକାଲି ଠାରୁ ଲଗାଣ ବର୍ଷା ଚାଷୀ ର ଚିନ୍ତା କୁ ଦ୍ବିଗୁଣିତ କରିଛି । ଧାନ ଫସଲ ଭଲ ହୋଇଥିଲା ଓ ଧାନ ଅମଳ ପରେ ଏହାକୁ ବିକ୍ରି କରି ଅନେକ କିଛି କରିବାର ସ୍ବପ୍ନ ଦେଖିଥିବା ଚାଷୀର ସ୍ଵପ୍ନ ଭାଙ୍ଗି ଚୁର୍ମର ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମି ରେ ପାଣି ଜମି ରହି ଥିଲା ବେଳେ ପାଚିଲା ଧାନ ବର୍ଷା ପବନ ରେ ଚାଷ ଜମିରେ ଲେଉଟି ପଡି ଗଜା ହେବାକୁ ବସିଲାଣି । ସେପଟେ ଲଗାଣ ବର୍ଷା ଚାଷ କୁ ପ୍ରଭାବିତ କରିଥିଲା ବେଳେ ଚାଷୀ କୁ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ଦାବୀ କରିଥିବା ବେଳେ ପିପିଲି ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହରଥୀ ପିପିଲି ଦୁର୍ଗା ଦାଶ ପୁର ଚାଷ ଜମି ଯାଇ ଚାଷୀ ଙ୍କୁ ଆସ୍ଵାସ୍ନ ଦେବା ସହିତ ଚାଷୀ ଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।