ଭାରତରେ ଚା’ କେବଳ ପାନୀୟ ନୁହେଁ | ଏହା କୋଟି କୋଟି ଭାରତୀୟଙ୍କ ପାଇଁ ଆରାମଦାୟକ ପର୍ଦାଥ | କିନ୍ତୁ ଏହାକୁ ଅସ୍ୱାସ୍ଥ୍ୟକର ପାନୀୟ’ ଶ୍ରେଣୀରେ ରଖାଯାଏ। ଏହା ମଧ୍ୟରେ ଚା’ ପ୍ରେମୀଙ୍କ ପାଇଁ ସାମ୍ନାକୁ ଆସିଛି ଖୁସି ଖବର ଆସନ୍ତୁ ଜାଣିବା:-
ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ପ୍ରଶାସନ (FDA) ଚା’କୁ ଏକ ସ୍ୱାସ୍ଥ୍ୟକର ପାନୀୟ ପଦାର୍ଥ ରୂପେ ମାନ୍ୟତା ଦେଇଛି। ଏଫଡିଏର ଏହି ନିଷ୍ପତ୍ତିକୁ ଉତ୍ତର ପୂର୍ବାଞ୍ଚଳ ଚା’ ଆସୋସିଏସନ (NETA) ଏବଂ ଇଣ୍ଡିଆନ ଟି ଆସୋସିଏସନ (ITA) ସ୍ୱାଗତ ଜଣାଇଛନ୍ତି।
କ୍ୟାମେଲିଆ ସିନେସିସ୍ ଏକ ପ୍ଲାଣ୍ଟ ରୁ ପ୍ରସ୍ତୁତ ଚା’କୁ ଏକ ସୁସ୍ଥ ପାନୀୟ ରୂପେ ସ୍ୱୀକୃତି ପ୍ରଦାନ କରିଛି FDA। ଏଫଡିଏର ମାନ୍ୟତା ପରେ ଏବେ ଉତ୍ପାଦନକାରୀମାନେ ଚା’ ଉତ୍ପାଦଗୁଡ଼ିକୁ ସ୍ଵେଚ୍ଛାକୃତ ଭାବେ ଲେବଲ୍ କରିପାରିବେ, ଯାହାକି ଚା’ ଉଦ୍ଦ୍ୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଷ୍ଟୋନ୍।
ଆମେରିକାର ଚା’ ଆସୋସିଏସନର ସଭାପତି ପୀଟର ଏଫ ଗୋଗି WORLD TEA ଶିଳ୍ପ ପାଇଁ ଏହା ଏକ ଚମତ୍କାର ଖବର ବୋଲି କହିଛନ୍ତି |
ବୈଜ୍ଞାନିକ ପ୍ରମାଣ ଦୃଷ୍ଟିରୁ ଚା’ ସ୍ୱାସ୍ଥ୍ୟ ପାଇଁ ଉପକାରୀ , ଯାହା ଆଣ୍ଟିଅକ୍ସିଡାଣ୍ଟ ରେ ପରିପୂର୍ଣ୍ଣ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସୁବିଧା ସହିତ ଜଡିତ |
ସାରା ବିଶ୍ୱରେ ଭାରତୀୟମାନେ ହେଉଛନ୍ତି ଚା’ର ସବୁଠାରୁ ବଡ଼ ପ୍ରେମୀ। ଏକ ରିପୋର୍ଟ ଅନୁସାରେ, ଭାରତୀୟ ପ୍ରତି ବର୍ଷ ୧.୨ ବିଲିୟନ କିଲୋଗ୍ରାମରୁ ଅଧିକ ଚା’ ସେବନ କରନ୍ତି। ଚା’ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ, ତାହାକୁ ନେଇ ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥାଏ | କିନ୍ତୁ ବର୍ତ୍ତମାନ FDAରୁ ‘ସ୍ୱାସ୍ଥ୍ୟପ୍ରଦ’ ଟ୍ୟାଗ୍ ମିଳିବା ପରେ ସମସ୍ତଙ୍କ ମନରୁ ଚା’ କୁ ନେଇ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଯିବ ବୋଲି ଆଶା ରହିଛି |