ରାଜକନିକା ଥାନ ଅଧିନସ୍ତ ବଳରାମପୁର ଗ୍ରାମପଞ୍ଚାୟତ ସାତଘରିଆ ଗାଁ ର ମହେଶ୍ୱର ନାଥଙ୍କ ନବବିବାହିତା ପତ୍ନୀ ସୋନାଲି ବେହେରା ଆଜି ତାଙ୍କ ଶୋଇବା ଘରେ ଭିତର ପଟୁ କବାଟ ବନ୍ଦ କରୀ ନିଜର ପିନ୍ଧିବା ଶାଢ଼ୀ ଖୋଲି ବେକରେ ବାନ୍ଧି ଫ୍ୟାନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରାଜକନିକା ପୋଲିସ ଖବର ପାଇ ଘଟଣା ସ୍ଥଳେ ପହିଛି ମାଜିଷ୍ଟରଙ୍କ ଉପସ୍ଥିତି ରେ କବାଟ ଭାଙ୍ଗି ଫ୍ୟାନ ରେ ଜୁଲୁଥିବା ଡେଟବଡ଼ିକୁ ଜବଦକରି ସଵବିବଛେଦ କରିବାକୁ ଆଳି ମେଡିକାଲ ପଠାଇଛି। ଅନ୍ୟ ପଟେ ମୃତକ ସୋନାଲିରେ ବାପା ପ୍ରହଲ୍ଲାଦ ବେହେରା ଖବର ପାଇ ପଟାମୁଣ୍ଡାଇ,ବାଲିପାଟଣା ଗାଁରୁ ଆସି ପହଞ୍ଚି ରାଜକନିକା ଥାନରେ ଲିଖିତ ଅଭିଯୋଗ କରିଛନ୍ତି ମୋ ଝିଅ ଗତ ୧୨ଜୁଲାଇ ୨୦୨୪ରେ ବଳରାମପୁର ପଞ୍ଚାୟତରେ ସାତଘରିଆ ଗାଁ ର ପିତାମ୍ବର ନାଥ ଙ୍କ ପୁଅ ମହେଶ୍ୱର ନାଥଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିଭାଘର କରିଥିଲି କିନ୍ତୁ ଦୁଇ ମାସ ସବୁ ଠିକ ଥିଲା ତାପରେ ମୋ ଝିଅକୁ ସେମାନେ ଅଧିକ ଯୌତୁକ ଆଣିବା ପାଇଁ ଶାଶୂଘର ଲୋକେ ଦାବୀ କରୀ ବିଭିନ୍ନ ପ୍ରକର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ଏବଂ ଯୌତୁକ ନଆଣିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିଲେ ତେଣୁ ଆଜି ମୋ ଝିଅକୁ ମାରି ଫ୍ୟାନରେ ଟାଙ୍ଗୀ ଦେଇଛନ୍ତି ଏମିତି ଅଭିଯୋଗ ସୋନାଲିର ବାପା, ମା ଆଣିବା ପରେ ରାଜକନିକା ପୋଲିସ ମାମଲା ରୁଜୁ କରୀ (କେଶ ନମ୍ବର -୫୨୨/୨୪)ସୋନାଲି ର ସ୍ୱାମୀ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ରାଜକନିକା ପୋଲିସ ସୂଚନା ଦେଇଛି।