ପରିବାର ପାଖରେ ସ୍ବାସ୍ଥ୍ୟ ବୀମା କାର୍ଡ ନାହିଁ କି ରାସନ୍ କାର୍ଡରେ ନାଁ ମଧ୍ୟ ନାହିଁ । ଆଉ ପୁଅ ଏବେ ରୋଗରେ ପୀଡିତ। ବ୍ରେନ୍ ଷ୍ଟ୍ରୋକରେ ପିଡିତ ଦଶମ ଶ୍ରେଣୀ ଛାତ୍ରର ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏମିତି ଅଵସ୍ଥା ଦେଖିବାକୁ ମିଳିଛି ଜଗସିଂହପୁର ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଗାଁ ର ଜନୈକ ଗରିବ ବ୍ରାହ୍ମଣ ପରିବାରରେ। ଗତ ୨ଦିନ ତଳେ ଚଟୁଆ ଗାଁ ର ଶ୍ରୀନିବାସ ମିଶ୍ରଙ୍କ ୧୪ ବର୍ଷର ପୁଅ ଶ୍ରୀୟମ ମିଶ୍ର ହଠାତ୍ ବ୍ରେନ୍ ଷ୍ଟ୍ରୋକରେ ପିଡିତ ହୋଇ ଭୂଵନେଶ୍ବରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଉଛନ୍ତି। ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ଡ଼ାକ୍ତର ଙ୍କ ପରାମର୍ଶ ଅନୁଯାୟୀ ବ୍ରେନରେ ୨ଟି ଅପରେସନ କରାଯିବାର ଆବଶ୍ୟକତା ରହିଛି। କୌଣସି ସରକାରୀ ସୁବିଧା ଥିବା Card ନ ଥିବାରୁ ତୁରନ୍ତ ଚିକିତ୍ସାରେ ବାଧା ଉପୁଜୁଛି। ଦିନକୁ ପାଖାପାଖି ୫୦,୦୦୦ ରୁ ଅଧିକ ଖର୍ଚ୍ଚ ହେଉଛି।
ଏବେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି। ଯ।ହା ତାଙ୍କ ପାଇଁ ବାଧକ ସାଜିଛି। ଏକ ମାତ୍ର ପୁଅର ଚିକିତ୍ସା ପାଇଁ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ତାଙ୍କ ମା ମୁକ୍ତାମଞ୍ଜରୀ ଆକୁଳ ନିବେଦନ କରିଛନ୍ତି।
ତେବେ ଯଦି କେହି ବଦାନ ବ୍ୟକ୍ତି ଶ୍ରୀୟମଙ୍କୁ ସହଯୋଗର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ନମ୍ବର 6371348384 ରେ କିମ୍ବା ଶୀତଲ୍ ମିଶ୍ରଙ୍କ ନମ୍ବର 9348296033 phone pay କିମ୍ବା google pay କରିବାକୁ ଅନୁରୋଧ।