ଲବଙ୍ଗ ସାଧାରଣତଃ ମସଲା ଭାବେ ବ୍ୟବହାର କରାଯାଏ। ହେଲେ ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଲବଙ୍ଗ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳି ଥାଏ | ଲବଙ୍ଗ ଆଣ୍ଟିସେଫିଟିକ, ଆଣ୍ଟିଫଙ୍ଗାଲ, ଓ ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରେ। ଲବଙ୍ଗକୁ ଦାନ୍ତ ବିନ୍ଧା, ପେଟ ଫୁଲିବା, କାଶ ଓ ଓଜନ କମାଇବା ଓ ହଜମ ଶକ୍ତି ବଢାଇବା ପାଇଁ ବ୍ୟବହାର କରାଯାଏ। ଲବଙ୍ଗରେ ଆଣ୍ଟିଇମ୍ପେଲମେଟାରୀ ଗୁଣ ରହିଥାଏ। ଏହାଦ୍ବାରା ଦାନ୍ତମାଢ଼ି ହେଉଥିବା ସମସ୍ୟା ଏବଂ ଦାନ୍ତ ବିନ୍ଧା ଉପଶମ ମିଳିଥାଏ। ଏହା ତ୍ୱଚା ପାଇଁ ଖୁବ ଲଭଦାୟୀ। ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବା ଦ୍ଵାରା ଶରୀରରେ ମହଜୁଦ ଥିବା ଟକ୍ସିନ ନିର୍ଗତ ହୁଏ। ଏହାଦ୍ବାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହା ସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।