ବଦଳିଲା ମୋ ସ୍କୁଲ ଅଭିଯାନର ନାମ। ମୋ ସ୍କୁଲ ବଦଳରେ ରାଜ୍ୟରେ କାର୍ଯ୍ୟକାରୀ ହେବ ପଞ୍ଚସଖା ଶିକ୍ଷା ସେତୁ ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏନେଇ ସଂକଳ୍ପ ଜାରି କରାଯାଇଛି । ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ପରିବର୍ତ୍ତନ କରି ପଞ୍ଚସଖା ଶିକ୍ଷା ସେତୁ କରାଯାଇଛି । ଏହି ସଂଗଠନର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ । ଏହି ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ନିଯୁକ୍ତ ହେବେ ।ରାଜ୍ୟରେ ସରକାର ବଦଳିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୋ ସ୍କୁଲ ଅଭିଯାନ ନାଁ ବଦଳାଇ ଦିଆଯାଇଛି । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ଏବେ ପଞ୍ଚଶଖା ଶିକ୍ଷା ସେତୁ ନାମରେ ରଖାଯାଇଛି ।