ଲଘୁଚାପଜନିତ ଲଗାଣ ବର୍ଷା ଚାଷୀର ଚିନ୍ତା ବଢାଇଛି । ଅମଳ ହେବାକୁ ଥିବା ପାଚିଲା ଧାନ ଚାଷ ଜମି ରେ ପଡ଼ି ନଷ୍ଟ ହେଲାଣି ।ଗତକାଲି ଠାରୁ ଲଗାଣ ବର୍ଷା ଚାଷୀ ର ଚିନ୍ତା କୁ ଦ୍ବିଗୁଣିତ କରିଛି । ଧାନ ଫସଲ ଭଲ ହୋଇଥିଲା ଓ ଧାନ ଅମଳ ପରେ ଏହାକୁ ବିକ୍ରି କରି ଅନେକ କିଛି କରିବାର ସ୍ବପ୍ନ ଦେଖିଥିବା ଚାଷୀର ସ୍ଵପ୍ନ ଭାଙ୍ଗି ଚୁର୍ମର ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷ ଜମି ରେ ପାଣି ଜମି ରହି ଥିଲା ବେଳେ ପାଚିଲା ଧାନ ବର୍ଷା ପବନ ରେ ଚାଷ ଜମିରେ ଲେଉଟି ପଡି ଗଜା ହେବାକୁ ବସିଲାଣି । ସେପଟେ ଲଗାଣ ବର୍ଷା ଚାଷ କୁ ପ୍ରଭାବିତ କରିଥିଲା ବେଳେ ଚାଷୀ କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ଚାଷୀ।ଦୁଇ ଦିନ ର ଲଗାଣ ବର୍ଷାରେ ହତାଶ ଚାଷୀକୁଳ I ବର୍ଷାରେ ଭିଜୁଛି ଚାଷୀର ବର୍ଷକର ଧାନ I ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତ ଅଲାର ପୁର ଗ୍ରାମ ରେ ଅଣ୍ଟୁଏ ପାଣିରେ ଚାଷୀ ବୁଡ଼ିଯାଇଥିବା ଧାନ କୁ ସଂଗ୍ରହ କରୁଚି I ଏକର ପିଛା ୨୦ ହଜାର ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ଅମଳ କରିବାକୁ ଥିବା ଧାନ ଏବେ ପାଣିରେ ବୁଡି ଗଜା ପାଲଟିଯାଇଛି I ଋଣ କରି ଏକର ଏକର ବିଲ ଚାଷ କରିଥିବା ଚାଷୀ ଏବେ ହତାଶ I କେମିତି ସୁଝିବ ଚାଷ ରେ ଖର୍ଚ୍ଚ କରିଥିବା ଟଙ୍କା ତାହାକୁ ନେଇ ଏବେ ଚିନ୍ତାରେ ଚାଷୀ l