ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା | ମାସକ ମଧ୍ୟରେ ଦ୍ୱିତୀୟ ଥର ଓଡିଶା ଆସିବେ ଶାହା | ଅମିତ ଶାହା ଚଳିତ ମାସ ୨୮ ତାରିଖରେ ଦୁଇଦିନିଆ ଗସ୍ତରେ ଆସି ସମ୍ବଲପୁର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି |
ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି , କେନ୍ଦ୍ରମନ୍ତ୍ରୀ ଶାହା ୨୮ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ | ସେ ଏହି ଗସ୍ତ ସମୟରେ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ | ଶ୍ରୀ ଶାହା ୨୮ ତାରିଖରେ ସମ୍ବଲପୁରରେ ପହଞ୍ଚିବା ପରେ ସିଧାସଳଖ ସମଲେଶ୍ୱରୀ ଯିବେ | ଏହି ଗସ୍ତ ସମୟରେ ଶ୍ରୀ ଶାହା ବିଜେପି ବିଧାୟକ ,ସାଂସଦ ଓ ବରିଷ୍ଠ କର୍ମକର୍ତ୍ତାଙ୍କ ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି |