କେବେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । କିଛି ହିତାଧିକାରୀ ସୁଭଦ୍ରା ଅର୍ଥ ରାଶି ପାଇସାରିଥିବା ବେଳେ ବାକି ଥିବା ମହିଳାଙ୍କ ନିଦ ହଜିଛି । କେବେ ଟଙ୍କା ମିଳିବ ସେ ନେଇ ନୂଆ ଘୋଷଣାକୁ ସମସ୍ତେ ଚାହିଁ ରହିଛନ୍ତି । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ରାଜ୍ୟର ଲକ୍ଷାଧିକ ମହିଳା ହିତାଧିକାରୀମାନେ ଅପେକ୍ଷାରତ ଥିବା ବେଳେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବେ ବଡ଼ ଅପ୍ଡେଟ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରଥମ କିସ୍ତିରେ ୩ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେଇ ସାରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ଟଙ୍କା ଆସନ୍ତା ଜାନୁଆରିରେ ଦେବେ। ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ଯାଞ୍ଚ ପ୍ରକ୍ରିୟା ଆଗାମୀ ୩୦ ତାରିଖ ମଧ୍ୟରେ ଶେଷ ହେବ । ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୪ରେ ଦିଆଯିବ ବୋଲି ସରକାର କହିଥିଲେ। କିନ୍ତୁ ପରେ ଏହାକୁ ସ୍ଥଗିତ ରଖିଛନ୍ତି। ଏବେ କୁହାଯାଉଛି ଯେ, ଆସନ୍ତା ୨୦୨୫ ଜାନୁଆରିରେ ସରକାର ଟଙ୍କା ପଠାଇବେ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ବୋଲି ଦେଖାଉଛି, ତେବେ ହିତାଧିକାରୀ ଅଚିନ୍ତା ରୁହନ୍ତୁ। ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ। ଇ-କେୱାଇସି ଅପଡେଟ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଛି। ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ।