ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି। 60 ବର୍ଷ ବୟସରେ ଆଜି ତାଙ୍କର ମୃତ୍ୟୁ ହୋଇଛି। କିଛି ଦିନ ହେବ ସେ ହୃତରୋଗ ଯୋଗୁଁ ଅସୁସ୍ଥ ଥିଲେ। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ତେବେ ବିଜୟ ମହାନ୍ତି ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିଲେ। ସେ 2009 ଏବଂ 2014ରେ ଦୁଇ ଥର ଭୁବେଶ୍ବରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେପଟେ ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ନବୀନ ପଟ୍ଟନାୟକ ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ ଖବରରେ ଦୁଃଖ ପ୍ରକାଶ କରିଛନ୍ତି। 1964 ମସିହା ଅକ୍ଟୋବର 3 ତାରିଖରେ ବିଜୟ ଜନ୍ମ ହୋଇଥିଲେ। ପିଲାବେଳରୁ ରାଜନୀତି ପ୍ରତି ବିଜୟଙ୍କ ଦୁର୍ବଳତା ରହିଥିଲା। ପ୍ରଥମେ ସେ ବିଜୁ ଜନତା ଦଳ ଜଣେ କର୍ମୀ ଭାବେ ସାମିଲ ହୋଇଥିଲେ। 1982 ମସିହାରେ ଛାତ୍ର ଜନତା ଦଳର ପ୍ରଥମେ ସଚିବ ଭାବେ କାମ କରିଥିଲେ। ପରେ 1988ରୁ 1992 ଯାଏଁ ଯୁବ ଜନତା ଦଳର ସଭାପତି ରହିବା ସହ 1992ରୁ 1998 ଯାଏଁ ବିଜେଡିର ସଚିବ ରହିଥିଲେ। ତେବେ ଗତ କିଛି ଦିନ ହେବ ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା। ଯଦ୍ହାରା ତାଙ୍କ ଚିକିତ୍ସା ମଧ୍ୟ ଚାଲିଥିଲା। କିନ୍ତୁ ମାତ୍ର 63 ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।