ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ୱ ରହିଛି। ଏହାର ସୃଷ୍ଟି ଭଗବାନ ଶିବଙ୍କ ଲୁହରୁ ହୋଇଛି ବୋଲି ବିଶ୍ବାସ ରହିଛି। ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା କଷ୍ଟର ବିନାଶ ହୋଇଥାଏ। ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ବିଶେଷ ନିୟମ ମଧ୍ୟ ରହିଛି।
ସେହିପରି ଜଣେ ବ୍ୟକ୍ତି ରୁଦ୍ରାକ୍ଷ ପିନ୍ଧିଲେ ଅନେକ ପ୍ରକାରର ଲାଭ ପାଇଥାଏ। ଶାସ୍ତ୍ରାନୁଯାୟୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ଦ୍ରାରିଦ୍ୟତା ଦୂର ହୁଏ |
ଯଦି ବିଜ୍ଞାନ ଦୃଷ୍ଟିକୋଣରୁ ଆମେ ଦେଖିବା ତେବେ ରୁଦ୍ରାକ୍ଷ ପରିଧାନ କରିବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ରୁଦ୍ରାକ୍ଷ ପରିଧାନ କରିବା ଉଚିତ୍। ଏହା କେବଳ ଅର୍ଥ ସଞ୍ଚୟରେ ସହଯୋଗ କରେନି ବରଂ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ | :-
ଏହାକୁ ପିନ୍ଧିବା ଦ୍ୱାରା ମଣିଷ ମାନସିକ ଶାନ୍ତି ପାଇଥାଏ। ଏହାସହିତ ସମସ୍ତ କ୍ଷେତ୍ରରେ ସେ ସଫଳତା ମଧ୍ୟ ପାଇଥାଏ। ଏହାକୁ ପିନ୍ଧିଥିବା ବ୍ୟକ୍ତି ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାଏ | ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଜୀବନର ସମସ୍ତ ସୁଖ ପ୍ରାପ୍ତି କରିଥାଏ |
ଯଦି ଆପଣ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛନ୍ତି ତେବେ ରୁଦ୍ରାକ୍ଷ ପିନ୍ଧନ୍ତୁ। ଏହାକୁ ଧାରଣ କଲେ ଆପଣଙ୍କ ଅର୍ଥର ଅଭାବ ରହିବ ନାହିଁ।
ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତି ଭାଗ୍ୟଶାଳୀ ହୁଅନ୍ତି। ଆଉ ଭଗବାନ ଶିବଙ୍କ ଆଶୀର୍ବାଦ ସବୁବେଳେ ଉପରେ ରହିଥାଏ। ତେବେ ରୁଦ୍ରାକ୍ଷକୁ ସବୁବେଳେ ଗଳାରେ କିମ୍ବା ହାତ ମଣିବନ୍ଧରେ ପିନ୍ଧିବା ଉଚିତ ।ରୁଦ୍ରାକ୍ଷ ଧାରଣ କରିବା ସମୟରେ ଅସାବଧାନତା ମହଙ୍ଗା ପଡ଼ିପାରେ। ରୁଦ୍ରାକ୍ଷ ପିନ୍ଧିବାର ଏହି ଭୁଲ ମହାଦେବଙ୍କୁ କ୍ରୋଧିତ କରିପାରେ |