ବିରୋଧିଙ୍କ ଚାପ ପରେ ବି ହାର ମାନିନାହାନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଜେଲ ଗଲେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ତଥାପି ନଇଁ ନାହାନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବାସୀ ପୁଣି ଚମତ୍କାର ଦେଖାଇବେ । ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଅରବିନ୍ଦ । ଏହି ଲକ୍ଷ ନେଇ ଲଢେଇ ଜାରି ରଖିଛି ଆପ୍ । ନିର୍ବାଚନ ଲଢିବା ପାଇଁ ନାମ ପ୍ରକାଶ କରିବା ପରେ ନୂଆ ନୂଆ ରଣ କୌଣଳ ଆପଣାଉଛନ୍ତି ଦିଲ୍ଲୀ ସରକାର । ଏବେ ଏକଲାଚାଲୋ ନୀତି ଆପଣାଇଥିବା ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀବାସୀଙ୍କ ମନ ଜିତିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ତେବେ ଆପର ନଜର ଏବେ ସିନିୟର ଭୋଟରଙ୍କ ଉପରେ ପଡିଛି । ବରିଷ୍ଠଙ୍କ ଭୋଟ୍ ହାତେଇବାକୁ ଆପ ବଡ଼ ଘୋଷଣା କରିଛି । ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ‘ସଞ୍ଜିବନୀ ଯୋଜନା’ । ଏହି ଯୋଜନା ମାଧ୍ୟମରେ ପୁଣି ବରିଷ୍ଠ ଭୋଟର ଆପର ସାଥିରେ ରହିବେ ବୋଲି ଆଶା ରଖିଛନ୍ତି ଅରବିନ୍ଦ । ଦିଲ୍ଲୀରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ସିନିୟର ଭୋଟରଙ୍କ ଭୋଟ୍ ହାତେଇବାକୁ ବଡ଼ ଗେମ୍ ଖେଳିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ସମସ୍ତ ବୟସ୍କଙ୍କ ପାଇଁ ‘ସଞ୍ଜିବନୀ ଯୋଜନା’ର ଘୋଷଣା କରିଛି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର । ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ମେଡିକାଲ ସେବା ଯୋଗାଇଦେବେ ଦିଲ୍ଲୀ ସରକାର । ତେବେ ରାଜନୈତିକ ମହଲରେ ଏବେ ଦିଲ୍ଲୀ ସରକାରର ଏହି ଯୋଜନାକୁ ନେଇ ଚର୍ଚ୍ଚା ବଢିଛି । କାହିଁକି ନା, ଆସନ୍ତାବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯେଉଁଥିରେ ଆପକୁ ଟକ୍କର ଦେବ ବିଜେପି । ଗୋଟିଏ ପଟେ ବିଜେପି ଆୟୁଷ୍ମାନ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ଆପ୍ ଏବେ ସଞ୍ଜିବନୀ ଯୋଜନାର ଘୋଷଣା କରି ବିଜେପିକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀରେ ଏବେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ ହେଉନି । ଯାହାକୁ ନେଇ ଅନେକ ସମୟରେ ଆପ୍ ବିଜେପି ସରକାରକୁ ଟାର୍ଗେଟ କରିଥାଏ । ଅନ୍ୟପଟେ ଆପର କହିବା କଥା, ଆୟୁଷ୍ମାନ ଯୋଜନାଠୁ ଦିଲ୍ଲୀ ସରକାରଙ୍କ ହେଲଥ୍ ସ୍କିମ୍ ଭଲ ଅଟେ । ତେଣୁ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା କାର୍ୟ୍ୟକାରୀ କରାଯାଉନି ବୋଲି ଆପ୍ କହିଛି । ଦିଲ୍ଲୀ ସରକାର ଦିଲ୍ଲୀର ବୟସ୍କ ଲୋକଙ୍କ ପାଇଁ ସଞ୍ଜିବନୀ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମେଡିକାଲ ସେବା ଯୋଗାଇଦେବେ ସରକାର। ଯେଉଁଥିରେ ବୟସ୍କ ଲୋକଙ୍କ ମାଗଣାରେ ଚିକିତ୍ସା କରାଯିବ।
ଏଥିପାଇଁ ଆପ୍ କାର୍ଯ୍ୟକର୍ତ୍ତା ଘର ଘର ବୁଲି ପଞ୍ଜୀକରଣ କରିବେ । ସଞ୍ଜିବନୀ ଯୋଜନାର ଲାଭ ସବୁ ବର୍ଗର ଲୋକ ଉଠାଇପାରିବେ, ଏଥିରେ ଆୟ ସୀମା ରହିବ ନାହିଁ । ଏହି ଯୋଜନା ଦିଲ୍ଲୀ ସରକାରଙ୍କ କ୍ଷତ ଭରିବାରେ ସଞ୍ଜିବନି ସାବସ୍ତ୍ୟ ହେବ ବୋଲି ଚର୍ଚ୍ଚା ହେଉଛି ।