ଟ୍ୟାଙ୍କଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ବେଲେ ଟ୍ୟାଙ୍କର ବିସ୍ପୋରଣ ହୋଇ ଜଣେ ଅଡ଼ିଆ ଯବାନ ସହୀଦ ହୋଇଛନ୍ତି । ସହୀଦ ଯବାନ ଜଣକ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ାଗୁଡ଼ା ଗ୍ରାମର ପ୍ରଭୂ ତଲିଆଙ୍କ ପୁଅ ଈଶ୍ୱର ତଲିଆ ବୋଲି ଜଣା ପଡ଼ିଛି । ସାଥୀ ଯବାନ ମାନଙ୍କ ସହ ଜମ୍ମୁ ପଖରନରେ ବୁଧବାର ଦିନ ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ କରୁଥିବା ବେଳେ ଟ୍ୟାଙ୍କ ଭିତରେ ଲାଗିଥିବା ଚାର୍ଜର ଫାଟି ବିସ୍ପୋରଣ ହୋଇଥିଲା । ଘଟଣା ସ୍ଥଳରେ ଦୁଇ ଯବାନ ସହୀଦ ହୋଇଯାଇଥିବା ବେଳେ ଈଶ୍ୱର ତଲିଆ ନାମକ ଯବାନ ଗୁରୁତ୍ଵର ହୋଇ ପଡ଼ିଥିଲେ। ତେବେ ଗୁରୁତ୍ବ ଅବସ୍ଥାରେ ଯବାନ ଈଶ୍ୱରଙ୍କୁ ସାଙ୍ଗେ ସଙ୍ଗେ ଚଣ୍ଡୀଗଡ଼ କୋମାଣ୍ଡ ହସପିଟାଲ ନେଇ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ ହୋଇଥିବା ଜଣା ପଡ଼ିଛି। ତେବେ ଯବାନ ଈଶ୍ବରଙ୍କ ସହୀଦ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବୈପାରିଗୁଡ଼ା ବଡ଼ାଗୁଡ଼ା ଅଞ୍ଚଳରେ ଶକର ଛାୟା ଖେଳି ଯାଇଛି ।