ଦୀର୍ଘ ଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ ଷ୍ଟାର ଦମ୍ପତ୍ତି ଦୀପିକା ଓ ରଣଭୀରଙ୍କ କନ୍ୟା ସନ୍ତାନର ଫଟୋ । ଫଟୋ ଦେଖି କିଛି ଫ୍ୟାନ୍ସ ଖୁସି ପ୍ରକାଶ କରିବା ସହ କିଛି ପ୍ରଂଶସକ କ୍ଷୋଭ ପ୍ରକାଶ କରିଛନ୍ତି । ବାସ୍ତବରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ପ୍ରଥମେ ପ୍ରେଗନେନ୍ସି ଖବର ଘୋଷଣା କରି ସମସ୍ତଙ୍କ ସହ ଖୁସି ବାଣ୍ଟିଥିଲେ । ପ୍ରଶଂସକଙ୍କ ପାଇଁ ଏହି ଖବର ଏକ ବଡ ସରପ୍ରାଇଜ ଥିଲା । ଦୀପିକାଙ୍କ ପ୍ରେଗନେନ୍ସିର ଯାତ୍ରା ମଧ୍ୟ ଖୁବ୍ ସୁନ୍ଦର ଥିଲା ଏବଂ ସେ ଚଳିତ ବର୍ଷ ସେପ୍ଟେମ୍ବରରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ। ଦମ୍ପତ୍ତିଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ ତାର ନାମ ଦୁଆ ପାଦୁକୋନ ସିଂ ରଖିଛନ୍ତି । ସମସ୍ତ ଫ୍ୟାନ୍ସ ତାଙ୍କ ପ୍ରିୟ ଅଭିନେତାଙ୍କ ଏହି ଖୁସି ବିଷୟରେ ଜାଣି ଖୁସି ଥିଲେ । ସମସ୍ତେ ଏହି ଦୀପିକା ରନଭୀରଙ୍କ ସନ୍ତାନର ଚେହେରା ଦେଖିବାକୁ ଅପେକ୍ଷା କରିଛନ୍ତି । ହେଲେ ଦମ୍ପତ୍ତି ଦୁଆ ର କୌଣସି ଝଲକ ମଧ୍ୟ ସେୟାର କରିନାହାଁନ୍ତି । କିନ୍ତୁ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋ ଗୁଡ଼ିକରେ ରଣଭୀର ଏବଂ ଦୀପିକାଙ୍କ ସହ ଥିବା ଶିଶୁ ଟି ଦୁଆ ବୋଲି ଦାବି କରାଯାଉଛି । ଏହି କାରଣରୁ ସମସ୍ତେ ଅନୁଭବ କଲେ ଯେ ସେମାନେ ଶିଶୁର ଚେହେରା ଦେଖାଇଛନ୍ତି । ଯଦିଓ ଏହା ସତ ନୁହେଁ । ଅଭିନେତା ତାଙ୍କର ସୋସିଆଲ ମିଡିଆରେ କୌଣସି ଫଟୋ ସେୟାର କରିନାହାଁନ୍ତି । ଆହୁରି ମଧ୍ୟ, ଏହା ଜଣାପଡିଛି ଯେ ଏଗୁଡ଼ିକ ହେଉଛି ଏଆଇ ଜେନେରେଟ ଫଟୋ । ନିକଟରେ ଦୀପିକା ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟ ପାଇଁ ବେଙ୍ଗାଲୁରୁରେ ନଜର ଆସିଥିଲେ। ପ୍ରେଙ୍ଗେନ୍ସି ପରେ ଏହା ତାଙ୍କର ପ୍ରଥମ ପବ୍ଲିକ ଆପିୟରାନ୍ସ ଥିଲା । ଦିଲଜିତଙ୍କ କନସର୍ଟରେ ସେ ଖୁସିରେ ନାଚୁଥିବାର ନଜର ଆସିଥିଲେ । ସେ ଏକ ଧଳା ରଙ୍ଗର ଟପ୍ ଏବଂ ନୀଳ ଜିନ୍ସ ପିନ୍ଧିଥିଲେ । ସେ ନିଜ କେଶକୁ ଖୋଲା ରଖିଥିଲେ ଏବଂ ସବୁଥର ପରି ସୁନ୍ଦର ଦେଖାଯାଉଥିଲେ ।