ଦକ୍ଷିଣାଞ୍ଚଳ ପ୍ରସିଦ୍ଧ ବାବା ଗୁପ୍ତେଶ୍ୱର ଶୈବପୀଠ ମନ୍ଦିର ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗତକାଲି କୋରାପୁଟ ପରବ ମହୋତ୍ସବରେ ଯୋଗ ଦେଇଥିଲେ । ଆଜି ସକାଳେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ପରିଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ବୈପାରିଗୁଡ଼ା ବ୍ଲକ ପ୍ରଶାସନ ଓ ବୈପାରିଗୁଡ଼ା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ବୈପାରିଗୁଡ଼ା ବ୍ଲକ ସଦର ସହୀଦ ଲକ୍ଷ୍ମଣ ନାୟକ ମୁଖ୍ୟ ଛକଠାରେ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ଏହାସହ ବୈପାରିଗୁଡ଼ା ବାସୀ ଘରବାରୀ ପଟ୍ଟା ଯୋଗାଇଦେବା ନିମନ୍ତେ ମନ୍ତ୍ରୀଙ୍କୁ ଏକ ମେମୋରଣି ଦେଇଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଗୁପ୍ତେଶ୍ୱର ପୀଠରେ ପହଞ୍ଚି ବାବା ଗୁପ୍ତେଶ୍ୱର ଠାକୁର ଦର୍ଶନ କରିବା ସହ ଗୁପ୍ତେଶ୍ୱର ଶୈବ ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ , କୋଟପାଡ଼ ବିଧାୟକ ରୁପୁଭତ୍ରା , କୋରାପୁଟ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ସମେତ ବୈପାରିଗୁଡ଼ା ବ୍ଲକ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।