ଆସନ୍ତା ଡିସେମ୍ବର ୨୬ତାରିଖରେ ବିଜେଡି ପାଳନ କରିବ ପ୍ରତିଷ୍ଠା ଦିବସ। ବିଜେଡିର ୨୮ତମ ପ୍ରତିଷ୍ଟା ଦିବସ ସବୁ ନିର୍ବାଚନ ମଣ୍ତଳୀରେ ପାଳନ କରାଯିବ। ଏହି ଦିବସରେ ବିଜେଡିର ସବୁ ନେତାମାନେ ସାମିଲ ହେବେ। ଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ବିଷୟରେ ଆଲୋଚନା ହେବ। ରାଜ୍ୟରେ ଦରଦାମ ବୃଦ୍ଦି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରତି ଦିଆଯାଇଥିବା ପ୍ରତିସୃତି ସଂପର୍କରେ ଆଲୋଚନା ହେବ। ଏହାସହ ଆଗକୁ ଲୋକଙ୍କ ସେବା କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ନବୀନ। କିଭଳି ପ୍ରତିଷ୍ଠା ଦିବସ ପାଳନ ସୁରୁଖୁରୁରେ ଆୟୋଜିତ ହେବ ସେ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଆଜି ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ସବୁ ନିର୍ବାଚନୀ ମଣ୍ତଳୀ ନେତାମାନଙ୍କ ସହ ସବୁ ରାଜ୍ୟର ନେତା ପ୍ରମୁଖଙ୍କୁ ନବୀନ ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ଚିଠି ଲେଖିଛନ୍ତି। ଦୀର୍ଘ ବର୍ଷ ଧରି ସେବାଧାରାର ମନୋଭାବ ନେଇ ନିଷ୍ଠାପର ଭାବେ ଦଳ ଜନତାଙ୍କ ସେବା କରିଆସିଛି। ବିଜୁ ବାବୁଙ୍କ ଆଦର୍ଶରେ ରାଜ୍ୟ ସବୁ କ୍ଷେତ୍ରରେ ଉନ୍ନତି ପାଇଁ ବିଜେଡି ସର୍ବଦା ଚେଷ୍ଠା କରିଆସିଛି। ଏଥିପାଇଁ ବିଜେଡିର ଆଭିମୁଖ୍ୟକୁ ଜନସାଧାରଣଙ୍କ ସମର୍ଥନ, ସ୍ନେହ, ଭଲପାଇବା ମିଳିଛି। ଆଗକୁ ବି ବିଜେଡି ଲୋକଙ୍କ ପାଇଁ କାମ କରିବ ବୋଲି ନବୀନ ଚିଠିରେ ଲେଖିଛନ୍ତି।