ଆମେ ନବୀନଙ୍କ ସହ ଅଛୁ ଓ ରହିବୁ । ବିଜେଡି ଆମ ଦଳ ଆଉ ନବୀନ ଆମ ନେତା ଏଭଳି କହି ସମସ୍ତ ଭୁଲ ଖବର ଉପରେ ପୁନଚ୍ଛେଦ ଟାଣିଛନ୍ତି ବିଜେଡିର 7 ରାଜ୍ୟସଭା ସାଂସଦ । ଭ୍ରମାତ୍ମକ ଖବରକୁ ନେଇ ବିଜେଡ଼ି ସାଂସଦ ସ୍ପଷ୍ଟୀକରଣ ରଖିଛନ୍ତି । ଏ ନେଇ ବିଜେଡ଼ିର ୭ ରାଜ୍ୟସଭା ସାଂସଦ ଏକଠି ହୋଇ ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସାଂସଦ ମାନେ କହିଛନ୍ତି ଯେ, ରାଜ୍ୟର ସ୍ବାର୍ଥ ପାଇଁ ଆମେ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲୁ । ଭେଟିବା ପରେ ଫଟୋକୁ ଟୁଇଟ କରିଥିଲୁ । ସେହି ଦିନଠାରୁ ବିଭିନ୍ନ ଗଣମାଧ୍ୟମରେ ଆମକୁ ନେଇ ଭୁଲ ଖବର ପ୍ରସାରଣ କରାଯାଉଛି । ଆମେ ବିଜେପିକୁ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଉପରାଷ୍ଟ୍ରପତି କୌଣସି ଦଳୀୟ ବ୍ୟକ୍ତି ନୁହଁନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସବୁ ସାଂସଦ ସାକ୍ଷାତ କରନ୍ତି। ତାଙ୍କ ସହିତ ଆଲୋଚନା କରିବାର ଅଧିକାର ଆମରବି ଅଛି । ତାଙ୍କ ସହିତ ସାକ୍ଷାତକାରକୁ ନେଇ ବିଭ୍ରାନ୍ତିକରଣ ଖବର ପ୍ରସାରଣ ବନ୍ଦ ହେଉ। ଏପରି କରି ବିଜେଡ଼ିକୁ ବଦନାମ କରାଯଉଛି । ସାମ୍ବାଦିକଙ୍କ ପାଇଁ ଲକ୍ଷ୍ମଣରେଖା ରହିଛି। ବ୍ୟକ୍ତିଗତ ଅପମାନ କରିବାର ଅଧିକାର ସାମ୍ବାଦିକଙ୍କର ନାହିଁ। ଭ୍ରମାତ୍ମକ ଖବରରୁ ଦୂରେଇ ରହିବାକୁ ବିଜେଡ଼ିର ୭ ସାଂସଦ ପରାମର୍ଶ ଦେଇଛନ୍ତି। ଆମେ କେହି ବିଜେଡି ଛାଡିବାର ନାହିଁ। କେତକ ଗଣମାଧ୍ୟମ ଭୁଲ ଖବର ପ୍ରସାରଣ କରିଛନ୍ତି। ସେହି ଖବରକୁ ଆମେ ଖଣ୍ଡନକୁ କରୁଛୁ। ଭୁଲ ଖବର ପ୍ରସାରଣ ବନ୍ଦ କରନ୍ତୁ ବୋଲି ପ୍ରେସମିଟରେ ବିଜେଡ଼ି କହିଛି। ଖବରର କୌଣସି ଆଧାରଣ ନାହିଁ। ଏହି ଖବରରୁ ଆସୁରିକ ଆନନ୍ଦ ନିଅନ୍ତୁ ନାହିଁ ବୋଲି ବିଜେଡ଼ି ପ୍ରେସମିଟ କରି କହିଛି। ନବୀନ ପଟ୍ଟନାୟକ ଆମର ଧୃବ ତାରା, ଆମେ ତାଙ୍କର ସପ୍ତର୍ଷି ମଣ୍ଡଳ ବୋଲି ବିଜେଡି କହିଛି। ନବୀନ ଆମର କେନ୍ଦ୍ର ବିନ୍ଦୁ, ଆମେ ତାଙ୍କର ସଚ୍ଚୋଟ କର୍ମୀ। କିଛି ନ୍ୟସ୍ତ ସ୍ବାର୍ଥ ଲୋକ ଚାହୁଁଛନ୍ତି, ରାଜ୍ୟର ସ୍ବାର୍ଥ ଦିଲ୍ଲୀରେ ନ ଉଠୁ। ନିର୍ଦ୍ଦିଷ୍ଟ ଗଣମାଧ୍ଯମକୁ ଦ୍ବାରା ପରିଚାଳିତ ହୁଅନି। ମନଗଢା ଖବରକୁ ବିଜେଡ଼ି ନିନ୍ଦା କରିବା ସହ ଏପରି ଖବରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।