ବିଦେଶକୁ ବୁଲିଯିବାକୁ ସମସ୍ତଙ୍କର ଇଚ୍ଛା ହୁଏ। ଥରେ ନିଜ ଲାଇଫରେ ଫରେନ ଟୁରର ମଜା ନେବାକୁ ସମସ୍ତିଙ୍କ ମନ ହୁଏ। ତେବେ ଇଟାଲିକୁ ବୁଲିଯିବାକୁ କିଏ ବା ଭଲ ନପାଏ। କଣ ଆପଣ ଜାଣିଛନ୍ତି କି ଇଟାଲୀରେ ଏଭଳି କିଛି ସ୍ଥାନ ଅଛି ଯାହାକୁ ସ୍ବର୍ଗ ସହ ତୁଳନା କରାଯାଏ। କିନ୍ତୁ ସେଠାରେ ଏଭଳି ଏକ ଦ୍ବୀପ ଅଛି ଯାହା ସହ ଅନେକ କିଛି ରହସ୍ୟ ରହିଛି। କୁହାଯାଏ ଏହି ଦ୍ବୀପ ଟି ଅଶୁଭ। ଶୁଣିବାକୁ ମିଳେ ଏହି ଜାଗାକୁ କିଣିଛି ସେ ଆରପାରିକୁ ଚାଲି ଯାଇଛି, ନହେଲେ ତାର ପରିବାର ବର୍ବାଦ ହୋଇ ଯାଆନ୍ତି। ଇଟାଲୀରେ ନେପଲ୍ସରେ ଗୋୟୋଲା ନାମକ ଏକ ଦ୍ବୀପ ଅଛି, ଯାହାକି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିପାଇଁ ଏଠାକୁ ଆସିବା ପାଇଁ ପର୍ଯ୍ୟଟକମାନେ ଆକୃଷ୍ଠ ହୋଇଥାନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କଠାରୁ ଏହାର ଭୟଙ୍କର କାହାଣୀ ଲୋକଙ୍କୁ ଅଟକାଇ ଦିଏ। ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକମାନେ ଏହି ଦ୍ବୀପ ଛାଡି ଆସିବାକୁ ବାଧ୍ୟ ହୁଅନ୍ତି। 1700 ମସିହାରେ ଏଠାରେ ଏକ ରୋମାନ କାରଖାନା ଥିଲା। ଲୁଇଗୀ ନେଗ୍ରୀ ନାମକ ଜଣେ ମାଛ ବ୍ୟବସାୟୀ ଏହି ଦ୍ବୀପ କିଣି କାରୋବାର ଆରମ୍ଭ କରିଥିଲେ। ମାତ୍ର ତାଙ୍କ କମ୍ପାନୀ ବେଶୀ ଦିନ ଚାଲି ପାରିଲାଣି। ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ଏହି ଜାଗାକୁ ଶାପିତ ବୋଲି କୁହାଗଲା। କିଛିବର୍ଷ ପରେ ଆଉ ଜଣେ ବ୍ୟକ୍ତି ଏବହି ଦ୍ବୀପକୁ କିଣିଥିଲେ, ମାତ୍ର ସେ ବେଶୀ ଦିନ ଯାଏଁ ବଞ୍ଚି ପାରିଲେ ନାହିଁ। ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହାର କିଛି ଦିନ ପରେ ତାଙ୍କ ପତ୍ନୀ ମଧ୍ୟ ମରି ଯାଇଥିଲେ। ସେବେଠୁ କେହି ଏହି ଦ୍ବୀପକୁ କିଣୁନାହାନ୍ତି, ଏବଂ ସନ୍ଧ୍ୟା ହେବାପରେ ଏଠାକୁ ଯାଆନ୍ତି ନାହିଁ।