ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ନାସପାତିକୁ ସାମିଲ କରନ୍ତୁ | ଏକ ରିସର୍ଚ ରୁ ଜଣାପଡିଛି ଯଦି ନାସପାତି ୧୨ ସପ୍ତାହ ପାଇଁ ଦିନକୁ ୩ ଥର ଖାଇବେ, ତେବେ ମୋଟାପଣ ଶୀଘ୍ର କମିଯିବ | ନାସପାତି ଫୁସଫୁସ ପାଇଁ ଲାଭଦାୟକ | ଏହି ଫଳ ଫୁସଫୁସ କୁ ସୁସ୍ଥ ରଖିବା ସହ ହାଇଡ୍ରେଟ ମଧ୍ୟ ରଖିଥାଏ |
ନାସପାତିରେ ଥିବା ଆର୍ବୁଟିନ ଯକୃତ ପାଇଁ ଉପକାରୀ | ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯକୃତକୁ ସୁସ୍ଥ ରଖିଥାଏ | ନାସପାତି ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ସ୍ତରକୁ ସୁରକ୍ଷା ଦେଇଥାଏ , ଯାହା ଫଳରେ ହାର୍ଟ ସୁସ୍ଥ ରହିଥାଏ | କୋଷ୍ଠକାଠିନ୍ୟ ପାଇଁ ନାସପାତି ଲାଭଦାୟକ ଅଟେ | ଏହା ହଜମ ପକ୍ରିୟାକୁ ଭଲ ରଖିଥାଏ |