ଆୟୁର୍ବେଦରେ କ୍ଷୀରକୁ ପୃଷ୍ଟିକର ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ଖାଦ୍ୟ ଭାବେ ବିବେଚନା କରାଯାଏ | କିଛି ବିଶେଷ ଜିନିଷ ମିଶାଇ ଏହାକୁ ପିଇବା ଦ୍ୱାରା ଏହାର ପୋଷାକ ତତ୍ତ୍ୱ ବି ବଢିଥାଏ | ତେବେ ଆସନ୍ତୁ ଜାଣିବା କ୍ଷୀରରେ କଣ ମିଶାଇକି ପିଇବା ଶରୀର ପାଇଁ ଲାଭଦାୟକ |
ହଳଦୀ : କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଗଳା ଯନ୍ତ୍ରଣା , ଥଣ୍ଡା ଏବଂ ଶରୀରର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ | ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ |
ମହୁ :ମହୁ ଏବଂ କ୍ଷୀରରର ମିଶ୍ରଣ ଗଳାକୁ ଆରାମ ଦେଇଥାଏ | ଓ କାଶ ମଧ୍ୟ ଭଲ ହୁଏ | ମହୁରେ ଥିବା ଆଣ୍ଟି- ଅକ୍ସିଡାଣ୍ଟ ଶୀତଦିନେ ଶରୀରକୁ ସୁସ୍ଥ ରଖେ |
କେଶର :କେଶରକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ତ୍ୱଚାରେ ଚମକ ଆଣିଥାଏ | ଏହା ସହ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ ଏବଂ ଶରୀରକୁ ଶୀତରୁ ରକ୍ଷା କରିଥାଏ |
ବାଦାମ ପାଉଡର : ବାଦାମରେ ଭିଟାମିନ-ଇ ଏବଂ ପ୍ରୋଟିନ ଭରପୁର ମାତ୍ରାରେ ଥାଏ , ଯାହା ଆମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ | କ୍ଷୀର ସହ ବାଦାମ ପାଉଡର ପିଇବା ଦ୍ୱାରା ଶରୀରକୁ ଶକ୍ତି ପ୍ରଦାନ କରିଥାଏ |
ତେଣୁ ଶୀତଦିନେ ଏହି ସବୁ ଜିନିଷ କ୍ଷୀର ସହ ମିଶାଇ ପିଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ହୋଇଥାଏ |