ନୀରବ ରହିଥିବା ନବୀନ କରୁଛନ୍ତି କି ବିଶାଳ ଷଡଯନ୍ତ୍ର । ସରକାରଙ୍କୁ ସମସ୍ୟାରେ ପକାଇବେ କି ବିରୋଧି ନେତା । ନବୀନ ନିବାସରେ ବସୁଛି ଘନ ଘନ ବୈଠକ । କି ଯୋଜନା କରୁଛନ୍ତି ବିଜେଡି ସୁପ୍ରିମୋ ବଢିଲା ଚର୍ଚ୍ଚା । ବିଜେପି ବଳ କଷୁଥିବା ବେଳେ ସଂଗଠନକୁ ଶକ୍ତ କରିବାକୁ ଦମ ଲଗାଇଛି ବିଜେଡି। ନବୀନ ନିବାସରେ ଏବେ ଲାଗିରହୁଛି ଗହଳି। ଚର୍ଚ୍ଚା ହେଉଛି ପଞ୍ଚାୟତ ପ୍ଲାନ ପାଇଁ ବିରୋଧୀ ଦଳ କରୁଛି ଆକ୍ସନ ପ୍ଲାନ । ହେଲେ ସମୀକ୍ଷକ କହିଛନ୍ତି ନବୀନଙ୍କୁ ବିଜେପି ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିବ। ନିକଟରେ କୌଣସି ନିର୍ବାଚନ ନାହିଁ। ପଞ୍ଚାୟତ ନିର୍ବାଚନକୁ ଆହୁରି ଦୁଇ ବର୍ଷରୁ ଅଧିକ ସମୟ ବାକି ଅଛି। କିନ୍ତୁ ନବୀନ ନିବାସରେ ଲୋକଙ୍କ ଗହଳି। ବିଜେଡି କ୍ୟାମ୍ପରେ ଏବେଠୁ ଆରମ୍ଭ ହୋଇଗଲାଣି କସରତ। ପ୍ରତିଦିନ ବିଭିନ୍ନ ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରୁଛନ୍ତି ବିଜେଡି ସୁପ୍ରିମୋ। ତୃଣମୂଳ ନେତା ନବୀନଙ୍କୁ ଭେଟି ସାଂଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ନବୀନଙ୍କୁ ଭେଟିଛନ୍ତି। କୁହାଯାଉଛି ତୃଣମୂଳସ୍ତରରେ ଦଳର ସ୍ଥିତି କଣ ରହିଛି ସେ ବାବଦରେ ନବୀନଙ୍କୁ ଅବଗତ କରିଛନ୍ତି ନେତା। ଆଗକୁ ଦଳ କେଉଁ ଆଭିମୁଖ୍ୟ ନେଇ ବଢିବ ସେ ନେଇ ବି ନବୀନ ପରାମର୍ଶ ଦେଇଛନ୍ତି। ସାଧାରଣ ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ଭୋଗିଥିଲେ ବି ଭୋଟ ପ୍ରତିଶତ ଅଧିକ ରହିଛି। କିନ୍ତୁ ଶାସନରୁ ଯିବା ପରେ ନେତା ଧୀରେ ଧୀରେ ଦଳରୁ ମୁହଁ ଫେରାଇବା ବିଜେଡିକୁ ଚିନ୍ତାରେ ପକାଇଛି। ତେଣୁ ପୂର୍ବ ସଙ୍ଗଠନ କିପରି ଅତୁଟ ରହିବ, ନେତା ମାନେ ଏକାଠି ହୋଇ କାମ କରିବେ ନେ ନେଇ ବିସ୍ତୃତ ଆଲୋଚନା ହୋଇଥିବା କୁହାଯାଉଛି। ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୩୦ରୁ ୩୦ ଜିଲ୍ଲା ପରିଷଦ ହାତେଇବାରେ ସକ୍ଷମ ହୋଇଥିଲା। କିନ୍ତୁ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ ଝଟକା ଲାଗିଛି। ଏପରିକି ବିଜେପି ସରକାରକୁ ଆସିବା ପରେ ତୃଣମୂଳ ସଙ୍ଗଠନକୁ ମଜବୁତ୍ ପାଇଁ ଏବେଠୁ କସରତ ଆରମ୍ଭ କରିଦେଲାଣି। ତେଣୁ ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନ ହିଁ ବଡ ପରୀକ୍ଷା। ସମୀକ୍ଷକଙ୍କ ମତରେ ସାଧାରଣ ନିର୍ବାଚନର ଦଳର ଭୋଟ ପ୍ରତିଶତ ଅଧିକ ରହିଥିଲେ ବି ଜନମତ ନିଜ ସପକ୍ଷରେ ଥିବା ନେଇ ପଞ୍ଚାୟତ ନିର୍ବାଚନରେ ହିଁ ପ୍ରମାଣିତ କରିବାକୁ ପଡ଼ିବ। ନବୀନ ନିଜେ ଆଗକୁ ଆସି ନେତାଙ୍କ ସହ ଆଲୋଚନା କରୁଥିଲେ ବି ବିଜେପି ବିରୋଧରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିବ । ସପ୍ତାହେ ହେବ ନବୀନ ନିବାସରେ ନେତାଙ୍କ ଭିଡ ଲାଗୁଛି। ବିଧାୟକ, ଦଳର ଉପଦେଷ୍ଟା କମିଟି ସଦସ୍ୟ, ସମନ୍ଵୟ କମିଟି ସଦସ୍ୟ ଓ ଜିଲ୍ଲା ନେତାଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ଜାରି ରଖିଛନ୍ତି ନବୀନ। ସଭ୍ୟ ସଂଗ୍ରହ ଅଭିଯାନ, ଦଳର ପ୍ରତିଷ୍ଠା ଦିବସ ଭଳି ଦଳୀୟ କାର୍ଯ୍ୟକ୍ରମକୁ ନେଇ ବିଚାର ବିମର୍ଶ ଚାଲିଥିଲେ ବି ଫୋକସରେ କିନ୍ତୁ ରହିଛି ପଞ୍ଚାୟତ ନିର୍ବାଚନ।