ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ପ୍ରତି ଥାନାକୁ ୯ଟି ଲେଖାଏଁ ବାଇକ ଦିଆଯିବ। ଆଶା କରାଯାଉଛି ୨୦୨୬ ସୁଦ୍ଧା ମାଓ ମୁକ୍ତ ହେବ ଓଡ଼ିଶା । ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦ ପୂରଣ କରାଯିବ। ସେହିପରି ୫ ହଜାର ଗୃହରକ୍ଷୀଙ୍କୁ ନିଯୁକ୍ତି କରାଯିବା ନେଇ ୬୯ତମ ପୋଲିସ ଡ୍ୟୁଟି ମିଟର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ପୁରୀ ଜିଲ୍ଲାର ତିନି ନୂଆ ଥାନା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କଟକ ପୋଲିସ ଡ୍ୟୁଟି ମିଟରେ ଯୋଗ ଦେବା ଅବସରରେ ଭର୍ଚୁଆଲ ମୋଡ୍ରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।