ଗତକାଲି ରାଜଧାନୀରେ ସବୁଠୁ ଅଧିକ ଥଣ୍ତା ଅନୁଭୂତ ହୋଇଛି। ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର। ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ରାତିରେ ଭୁବନେଶ୍ଵରରେ ତାପମାତ୍ରା ୧୦.୯ ଡିଗ୍ରୀ ରହିଥିବା ବେଳେ କଟକରେ ୧୧ ଡିଗ୍ରୀ ତଳେ ରହିଛି ପାରଦ। ସେପଟେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ଗତକାଲି ରାତିରେ ୧୦ ଡିଗ୍ରୀ ତଳେ ମୋଟ ୧୧ଟି ସହରର ତାପମାତ୍ରା ରହିଛି। ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା।